ଦକ୍ଷ ବନପାଳ ଙ୍କ ବଦଳି ବାତିଲ କରାଯିବାକୁ ଦାବି

Oct 6, 2024 - 18:49
 0  85
ଦକ୍ଷ ବନପାଳ ଙ୍କ ବଦଳି ବାତିଲ କରାଯିବାକୁ ଦାବି

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରପଦର ବନପାଳ ଭାବେ ପ୍ରାୟ ଚାରି ମାସ ହେବ ଗାର୍ଡ ରୁ ପ୍ରମୋସନ ପାଇ ବୁଲି ବେହେରା ଆରସିସିଏଫ ଙ୍କ ଆଦେଶ ରେ ବରପଦର ବନପାଳ ଭାବରେ ଯୋଗଦେଇଥିଲେ l ସେ ତାଙ୍କର ଟିମ ଧରି ବିଭିନ୍ନ ସମୟରେ ପେଟ୍ରୋଲିଙ୍ଗ କରି ଚୌକାଠ, ଶାଗୁଆନଗଣ୍ଡି, ତାଳଗଣ୍ଡି, କେନ୍ଦୁ କାଠ ଗଣ୍ଡି ପ୍ରାୟ ୩୦୦ ଖଣ୍ଡ,ଓ ୧୭ ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିବା ସହିତ ମଟର ସାଇକେଲ, ସାଇକେଲ, ୧୨ ଚକିଆ ଗାଡି, ୪୦୭ ଗାଡି, ଟାଟା ମେଜିକ ଗାଡି, ଟ୍ରାକ୍ଟର ସିଜ କରିଛନ୍ତିl କମଦିନ ମଧ୍ୟରେ ଏପରି କାର୍ଯ୍ୟ କରିଥିବାରୁ ଏହାକୁ ସହି ନ ପାରି ଦକ୍ଷ ଫରେଷ୍ଟର ବୁଲିବେହେରାଙ୍କୁ କେତକ ଅସାଧୁ କର୍ମଚାରୀ ଷଡଯନ୍ତ୍ର କରି ବୌଦ୍ଧ ବନଖଣ୍ଡରୁ ଆସ୍କା କୁ ବଦଳି କରିଥିବାରୁ ବୌଦ୍ଧ ବନଖଣ୍ଡରେ ଥିବା ସମାଜସେବି, ବୃକ୍ଷ ପ୍ରେମୀ, ଓ ବରପଦର ଅଂଚଳର ଜନସାଧାରଣ ବଦଳିକୁ ବାତିଲ କରାଯିବାକୁ ନେଇ ସାଧାରଣରେ ଦାବିହେଉଛି

What's Your Reaction?

like

dislike

love

funny

angry

sad

wow