ପକ୍କା ରାସ୍ତା ନଥିବାରୁ ୫କିମି ଭାରରେ ବୁହା ହେଲେ ରୋଗୀ।

ମାଲକାନଗିରି: ଲୋକ୍ ଆଵାଜ୍.ଇନ୍(ଅବଦୁଲ ଗାନି)
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ରେ। ପକ୍କାରାସ୍ତା ନଥିବାରୁ ଜଣେ ମହିଳା ରୋଗୀଙ୍କୁ ୫କିମି ଭାରରେ ବୁହାଯାଇଛି। ପରେ ଏମ୍ବୁଲାନ୍ସ ଦ୍ୱାରା ଚିତ୍ରକୋଣ୍ଡା ଚିକିତ୍ସାଲୟରେ ଭର୍ତି କରାଯାଇଛି।ଏଭଳି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତ ର ବଡପୁଟ ଗ୍ରାମର।
ସୂଚନା ଅନୁଯାଇ ବଡପୁଟ ଗ୍ରାମର ସବିତା ଶିଶା ଗତ କିଛି ଦିନ ହେଲା ଜ୍ୱରରେ ପୀଡିତ ଥିଲେ।ଆଜି ତାଙ୍କୁ ଭୀଷଣ ମୁଣ୍ଡ ବ୍ୟଥା ହେବାରୁ ସବିତା ଙ୍କୁ ମେଡିକାଲ ନେବାକୁ ପରିବାର ଲୋକେ ଏମ୍ବୁଲାନ୍ସ କୁ ଫୋନ କରିଥିଲେ।ଖବର ପାଇବା କ୍ଷେଣୀ ୧୦୮ ଏମ୍ବୁଲାନ୍ସ ବଡପୁଟ ଗ୍ରାମଆଭିମୁଖେ ବାହାରିଥିଲା।କିନ୍ତୁ ରାସ୍ତା ଠିକ ନଥିବାରୁ ୫କିମି ଦୂରରେ ଅଟିକି ଯାଇଥିଲା।ଏହା ଜାଣିବା ପରେ ସ୍ୱାମୀ ଚକ୍ରାନ ଶିଶା ଓ ଗ୍ରାମବାସୀ ମିଶି ଭାରରେ ସବିତାଙ୍କୁ ୫କିମି ଆଣି ୧୦୮ଏମ୍ବୁଲାନ୍ସରେ ଚିତ୍ରକୋଣ୍ଡା ମେଡିକାଲ ରେ ଭର୍ତି କରିଥିଲେ। ଡ଼କ୍ଟର ରକ୍ତ ପରୀକ୍ଷା ରୁ ସବିତାଙ୍କୁ ମେଲେରିଆ ଜ୍ୱର ହୋଇଛି ବୋଲି ଜଣାଇଛନ୍ତି। ପୂର୍ଵ ସରକାର ବିଜେଡି ଚିତ୍ରକୋଣ୍ଡା ବ୍ଲକକୁ ସ୍ୱାଭିମାନ କରିବାକୁ କୋଟି କୋଟି ଟଙ୍କା ବ୍ୟୟ କରିଥିବା ସ୍ଥଳେ ସମସ୍ତ ଗାଁ କୁ ପକ୍କା ରାସ୍ତା ନିମନ୍ତେ ଅନୁଦାନ ଦିଆଯାଇଛି। ଏ ଟଙ୍କା ଠିକାଦାର ଓ କର୍ମଚାରୀ ଙ୍କ ଅବହେଳା ପାଇଁ ଆଜି ଏଭଳି ପରିସ୍ଥିତି ସହ ବ୍ଲକ କିମ୍ବା ଜିଲ୍ଲା କୁ ଯାତାୟାତ ରେ ବହୁତ ଅସୁବିଧାରେ ଆସୁଥିବା ପ୍ରକାଶ କରିଛନ୍ତି। ବର୍ତମାନ ବିଜେପି ସରକାର ରାଜ୍ୟରେ ଅଛି ଦେଖା ଯାଉ କଣ ପଦକ୍ଷପ ନେଉଛନ୍ତି ଦେଖିବା ବାକି ରହିଲା।
What's Your Reaction?






