ପ୍ରସିଦ୍ଧ ମହାଶିବରାତ୍ରୀ ମେଳା ଟିକ୍ରାପଡାକୁ ଉପମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ,

Feb 28, 2025 - 19:27
 0  4
ପ୍ରସିଦ୍ଧ ମହାଶିବରାତ୍ରୀ ମେଳା ଟିକ୍ରାପଡାକୁ ଉପମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ,

ପ୍ରସିଦ୍ଧ ମହାଶିବରାତ୍ରୀ ମେଳା ଟିକ୍ରାପଡାକୁ ଉପମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ 

କଂସ ଦରବାରରେ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ 

ସଇଁତଲା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ସେଲମା)

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡ଼ା ସ୍ଥିତ ସ୍ଵପ୍ନେଶ୍ଵର ବାବାଙ୍କ ପୀଠରେ ପ୍ରସିଦ୍ଧ ମହାଶିବରାତ୍ରୀ ମେଳାକୁ ଗୁରୁବାର ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ପଦାର୍ପଣ କରିଥିଲେ | ସ୍ଥାନୀୟ ମହୋତ୍ସବ କମିଟି ତରଫରୁ ମନ୍ତ୍ରୀଶ୍ରୀ ସିଂ ଦେଓଙ୍କୁ ଫାଣ୍ଡି ଛକ ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା | ଏହାପରେ ବାଜା, ସଂକୀର୍ତ୍ତନ ମାଧ୍ୟରେ ମନ୍ତ୍ରୀ ଶ୍ରୀ ସିଂ ଦେଓ ଙ୍କୁ ରଥ ଗାଡି ବସାଇ ଶୋଭାଯାତ୍ରାରେ ମନ୍ଦିର ପରିସରକୁ ପାଛୋଟି ଆଣିଥିଲେ l ମହୋତ୍ସବ ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ତଥା ସ୍ଥାନୀୟ ସରପଞ୍ଚ ନରେନ୍ଦ୍ର କଲେତ, ସମ୍ପାଦକ ଗୌରଚନ୍ଦ୍ର ରାଜପଲିଆ, ରଜନୀକାନ୍ତ ଦାସ, ଲଳିତ ବାଗ, ରଞ୍ଜିତ ବଛା, ଉପଦେଷ୍ଟା ସନ୍ୟାସୀ ରାଜପଲିଆ, ଅରବିନ୍ଦ ସୁପକାର, ରମେଶ ରାଜପଲିଆ, ବଡ଼ ରାଜପଲିଆ, ଅଦୀପ ପାତ୍ର, କିଶୋର ବେହେରା, ସଦସ୍ୟ ଭକ୍ତବନ୍ଧୁ ପଶାୟତ, ବିବେକାନନ୍ଦ ରାଜପଲିଆ, ଅରୁଣ ରାଜପଲିଆ, ଜୟଗୋପାଳ ଚନ୍ଦନଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ |ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ ନାମଯଜ୍ଞ ମଣ୍ଡପ ଏବଂ ମହାଦେବ ମନ୍ଦିରରେ ଦେବ ଦର୍ଶନ କରି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ମହାଶିବରାତ୍ରୀ ମେଳାର ସଫଳତା କାମନା କରିବା ସହ ଗ୍ରାମବାସୀଙ୍କ ସର୍ବବିଧ ପ୍ରଗତି କାମନା କରିଥିଲେ | ଏହାର ସନ୍ଧ୍ୟା ସମୟରେ କଂସ ଦରବାର ଆୟୋଜିତ ହୋଇଥିଲା l ଉକ୍ତ ଉତ୍ସବରେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ସାଂସଦ ପ୍ରତିନିଧି ଅକ୍ଷୟ ରଣା, ବିଜେପି ନେତା ରାଜୀବ ମହାନ୍ତି, ମହୋତ୍ସବ କମିଟି ସଭାପତି ଦିଲ୍ଲୀପ ରାଜପଲିଆ, ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ ) ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା, ନାରାୟଣ ସାହୁ, ତରୁଣ ବେହେରା, ଗୋକୁଳାନନ୍ଦ ବଗର୍ତ୍ତୀ, ଅବିନାଶ ନନ୍ଦ, ରମାକାନ୍ତ ରାଜପଲିଆ, ଭଗବାନ ରାଜପଲିଆ ରାଜକୀୟ ଅତିଥି ଭାବରେ ଯୋଗଦାନ କରିଥିଲେ | ଏହି ଅବସରରେ ରାଜକୀୟ ଅତିଥି ସାମ୍ବାଦିକମାନଙ୍କୁ ମହୋତ୍ସବ କମିଟି ତରଫରୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ପ୍ରଖ୍ୟାତ ଅଭିନେତା ରବୀନ୍ଦ୍ର କୁମାର ସାହୁ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ | କଂସ ଦରବାରରେ ବରଗଡ଼ରୁ ଆସିଥିବା କଳାକାର, ଲାଫେର ଗାଁର ନୃତ୍ୟଶିଳ୍ପୀ ଆରାଧ୍ୟା ବାଗ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ | ଏହା ସହିତ ଦଣ୍ଡନୃତ୍ୟ, ଅର୍କେଷ୍ଟ୍ରା, ରାମଲୀଳା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଳମ୍ବିତ ରାତ୍ରୀ ଯାଏ ବାନ୍ଧି ରଖିଥିଲା |

What's Your Reaction?

like

dislike

love

funny

angry

sad

wow