ପଚାଶ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଗଞ୍ଜେଇ ଜବତ କଲା ବାଲିଗୁଡା ପୋଲିସ

ବାଲିଗୁଡ଼ା:- ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା) ବାଲିଗୁଡା ପୋଲିସ ର ସଫଳତା,ପେଟ୍ରୋଲିଂ ବେଳେ ବିପୁଳ ଗଞ୍ଜେଇ ପରିମାଣରେ ଗଂଜେଇ ଜବତ କଲା ବାଲିଗୁଡା ଥାନା ପୋଲିସ lରାଜ୍ୟ ବାହାରକୁ ଚାଲାଣ ପାଇଁ ସଜବାଜ ବେଳେ ବାଲିଗୁଡା ପୋଲିସ ର ଚଢ଼ାଉ l ବାଲିଗୁଡା ଥାନା ପରମପାଙ୍ଗl ଗାଁ ଜଙ୍ଗଲ ରେ ପ୍ଲାଷ୍ଟିକ ବ୍ୟାଗ ରେ ଗଂଜେଇ ଭର୍ତି ୫୫ ପକେଟ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ପୋଲିସ ଚଢ଼ାଉ କରିଛି l ଚଢ଼ାଉ କରି ୧୩୪୫ କେଜି ୬୫୦ ଗ୍ରାମ ଗଂଜେଇ ଜବତ କରାଯାଇଥିବା ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି l ସୂଚନା ପ୍ରକାରେ ପରମପାଙ୍ଗl ଗାଁ ଜଙ୍ଗଲ ରାସ୍ତା ପାର୍ଶ୍ଵରେ ଗଞ୍ଜେଇ ଚାଲାଣ ପାଇଁ ଗାଡିକୁ ଅପେକ୍ଷା କରିଥିଲେ ଚାଲାଣକାରୀ, ପୋଲିସ ଗାଡି କୁ ଦେଖି ଜଙ୍ଗଲ ମଧ୍ୟକୁ ଦୌଡ଼ିଥିଲେ ଅଜଣା ଚାଲାଣକାରୀ l ପୋଲିସ ର ସନ୍ଦେହ ହେବାରୁ ଯାଞ୍ଚ ବେଳେ ଗଞ୍ଜେଇ ଭର୍ତ୍ତି ବ୍ୟାଗ କୁ ପୋଲିସ ଜବତ କରୁଥିଲେ lପୋଲିସ ର ଚଢ଼ାଉ ବେଳେ ମାଫିଆ ଚମ୍ପଟ ମାରିବା ରେ ସଫଳ ହୋଇଛନ୍ତି l ଏନେଇ ବାଲିଗୁଡା ଥାନାରେ ଏନ. ଡ଼ି. ପି. ଏସ ଆକ୍ଟରେ ମାମଲା ରୁଜୁ ହୋଇଛି l ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇଥିବା ବାଲିଗୁଡା ଏସଡ଼ିପିଓ ସୂଚନା ଦେଇଛନ୍ତି l ଚଳିତ ବର୍ଷ ବାଲିଗୁଡା ଥାନା ଅଞ୍ଚଳ ରେ ବ୍ୟାପକ ଗଂଜେଇ ଚାଷ କୁ ପୋଲିସ ଓ ଅବକାରୀ ବିଭାଗ ନଷ୍ଟ କରିଥିଲେ ସୁଦ୍ଧା ବିପୁଳ ପରିମାଣରେ ଗଞ୍ଜେଇ ଜବତ ହେଉଥିବା ନେଇ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକିତ କରୁଛି ।
What's Your Reaction?






