କଣ୍ଟାମାଳ ହାଇସ୍କୁଲରେ ଜାତୀୟ ମହାକାଶ ଦିବସ ପାଳିତ

Aug 24, 2024 - 20:02
 0  30
କଣ୍ଟାମାଳ ହାଇସ୍କୁଲରେ ଜାତୀୟ  ମହାକାଶ ଦିବସ ପାଳିତ

ବୌଦ୍ଧ.ଲୋକ୍ ଆବାଜ୍‌.ଇନ୍‌( ପୂର୍ଣ୍ଣ ଚରଣ ସାହୁ) :

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କର ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁସହକାରୀ ଶିକ୍ଷକ ମନୋରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ l ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ସହ ୨୦୨୩ ଅଗଷ୍ଟ ମାସ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟ୍ ସମୟରେ ଦକ୍ଷିଣ ମେରୁ ରେ ଅବସ୍ଥାନ କରି ଭାରତ ପ୍ରଥମ ଦେଶ ଭାବରେ ବିଶ୍ୱ ଇତିହାସ ରଚିପାରିଲା l ଏହାକୁ ଉପଲବ୍ଧି କରାଇବା ସହ ଦେଶର ବୈଜ୍ଞାନିକମାନଙ୍କ ବୈଜ୍ଞାନିକ ମନୋବୃତ୍ତିକୁ ବହୁଗୁଣିତ କରିବା ଉଦ୍ୟେଶରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି ବୋଲି ପ୍ରଧାନଶିକ୍ଷକ ଅବଗତ କରାଇଥିଲେ l ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ମନୋବୃତ୍ତି ରଖିବା ପାଇଁ ଉପଦେଶ ଦେଇଥିଲେ l ଏହି ଅବସରରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁଜିତ୍ କୁମାର୍ ତରିଆ, ସତ୍ୟଜିତ ପଣ୍ଡା,ଆଲୋକ ପରଡ଼ିଆ, ଦେବସ୍ରୀତ ପ୍ରଧାନ, ଶିକ୍ଷୟିତ୍ରୀ ହେମବନ୍ତି ବାଘ,ମୀରାବାଇ ଧରୁଆ, ସୁପ୍ରିୟା ପ୍ରିୟଦର୍ଶିନୀ, ଗୀତାଞ୍ଜଳୀ ସାହୁ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ପରିଶେଷରେ ଜୁନିୟର ରେଡକ୍ରସ କାଉନସିଲର ତଥା ଶିକ୍ଷକ ବନମାଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow