ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳ ଚଞ୍ଚଳ କନ୍ଧମାଳ ଜିଲ୍ଲା

ବାଲିଗୁଡ଼ା:ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
ତୁମୁଡିବନ୍ଧ ସ୍ଥିତ ଜଲେଶପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଠାରେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ ଓ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ସତର ତମ ଶ୍ରାଦ୍ଧ ବାର୍ଷକି ଓ ବଳିଦାନ ଦିବସ l ଏଥିପାଇଁ ତୁମୁଡିବନ୍ଧ ର ଜଲେଶପଟ୍ଟା ଆଶ୍ରମ ରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି l ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଶ୍ରାଦ୍ଧ ବାର୍ଷକି ନେଇ ଜଲେଶପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ର ଅନ୍ତେବାସୀ ଆଶ୍ରମ ପରିସର କୁ ପରିଷ୍କାର ପରିଚ୍ଛନ୍ନତା କରିବା ସହ ସ୍ୱାମୀଜି ଙ୍କ ବଳିଦାନ କକ୍ଷ୍ୟ,ପ୍ରତିମୂର୍ତ୍ତି, ଯଂଜ୍ଞ ମଣ୍ଡପ ସମେତ ପ୍ରତିଟି ସ୍ଥାନକୁ ମଧ୍ୟ ସୁସଜ୍ଜିତ କରିଛନ୍ତି l ଚଳିତ ବର୍ଷ ଜଲେଶପଟ୍ଟା ଆଶ୍ରମ ଠାରେ ମହା ଆଡମ୍ବର ସହ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ବଳିଦାନ ଦିବସ l ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଶ୍ରାଦ୍ଧ ବାର୍ଷିକୀ କୁ ଦୃଷ୍ଟି ରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି l ଆଶ୍ରମ ପରିସରରେ ଓ ବାହାରେ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ l ଶାନ୍ତିପୂର୍ଣ୍ଣ ଭାବେ ଜନ୍ମାଷ୍ଟମୀ ପାଳନ ନେଇ ପୋଲିସ ସଜାଗ ରହିବା ସହ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି l
What's Your Reaction?






