ସଂସ୍କୃତ କନ୍ୟାଶ୍ରମ ଗସ୍ତ କରିଛନ୍ତି ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ବାଲିଗୁଡ଼ା:ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ର ଜଲେଶପଟ୍ଟା ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଗସ୍ତ କରିଛନ୍ତି ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ l ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଆଶ୍ରିବାଦ ଭିକ୍ଷା କରିଥିଲେ ବିଜେପି ରାଜ୍ୟ ସଭାପତି l ଜଲେଶପଟ୍ଟା ଆଶ୍ରମ ର ମୁଖ୍ୟ ସ୍ୱାମୀ ଜୀ
ବନ ମୁକ୍ତାନନ୍ଦ ପୁରୀ ଓ ଅନ୍ତେବାସୀ ଙ୍କ ସହ ଆଲୋଚନା କରିଥିଲେ ବିଜେପି ରାଜ୍ୟ ସଭାପତି l ପରେ ଆଶ୍ରମ ପରିସରରେ ଅଖଣ୍ଡ ଭାରତ ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଦେଶ ମାତୃକାର ରେ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ ଉଦେଶ୍ୟ ରେ ଅନ୍ତେବାସୀ ଙ୍କ ନିକଟରେ ଅଭିଭାଷଣ ରଖିଥିଲେ l ଜଲେଶପଟ୍ଟା ଆଶ୍ରମ ଗସ୍ତ ଅବସରରେ ସ୍ୱାମୀଜୀ ଙ୍କ ବଳିଦାନ ବ୍ୟର୍ଥ ଜୀବନାହିଁ କହିଛନ୍ତି ବିଜେପି ରାଜ୍ୟ ସଭାପତି l ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ତ୍ୟାଗ, ତପସ୍ୟା ତଥା ବଳିଦାନ କନ୍ଧମାଳ କାହିଁକି ସାରା ଭାରତ ପାଇଁ ପ୍ରେରଣା ର ଉତ୍ସ ବୋଲି କହିଛନ୍ତି ମନ ମୋହନ ସାମଲ l ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି ପ୍ରମୁଖ ଉପସ୍ଥିତ ରହିଥିଲେ l
What's Your Reaction?






