ପଲସାଗୋରା ଠାରେ ନିଶା ନିବାରଣ ଶୋଭାଯାତ୍ରା ଅନୁଷ୍ଠିତ

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ର ଆହ୍ବାନ କ୍ରମେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ପଲଶାଗୋରା ଠାରେ ଏକ ନିଶା ନିବାରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏ ଅଞ୍ଚଳର ନିଶା ବିରୋଧୀ ସଂଗ୍ରାମୀ ମାଆ ମାନେ ପ୍ଲାକାର୍ଡ, ପୋଷ୍ଟର ଓ ପ୍ରଚାର ପତ୍ର ଧରି ସହର ପରିକ୍ରମା କରି ସରକାରଙ୍କୁ ତାଙ୍କର ନିର୍ବାଚନ ସମୟରେ ଦେଇଥବା ପ୍ରତିଶୃତି ପାଳନ ପାଇଁ ଦାବୀ କରିଥିଲେ। ଉକ୍ତ ଶୋଭାଯାତ୍ରା ରେ "ମୋନା" ର କଣ୍ଟାମାଳ ବ୍ଲକ୍ ସଭାପତି ପ୍ରମୋଦିନୀ ନାଏକ, ୱାର୍ଡମେମ୍ବର୍ ସୁରେଶ୍ ପଧାନ, କୃଷକ ସଂଘ ସଭାପତି ବିଶିକେସନ କର୍ମୀ, ଅରୁଣ ପ୍ରଧାନ, ଆଦିତ୍ୟ ପ୍ରଧାନନେତୃତ୍ୱ ନେଇଥିଲେ l
What's Your Reaction?






