ଋଣ୍ଡିମହୁଲ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Oct 2, 2024 - 21:47
 0  8
ଋଣ୍ଡିମହୁଲ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଋଣ୍ଡିମହୁଲ ପଞ୍ଚାୟତରେ ଆଜି ନାଏବ ସରପଞ୍ଚ ସୁକାନ୍ତି ଖଟୁଆଙ୍କ ସଭାପତିତ୍ବରେ ଗାନ୍ଧୀଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସ୍ବତନ୍ତ୍ର ଗ୍ରାମ ସଭା ଆୟୋଜିତ ହୋଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଗୋପାଳ ଚନ୍ଦ୍ର ପୁରୋହିତ,ଅନ୍ୟତମ ଅତିଥି ଭାବରେ ଜଳ ଓ ପରିମଳବିଭାଗ ର ମାଷ୍ଟର ଟ୍ରେନର ପୂର୍ଣଚରଣ ସାହୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର, ଏଡ଼ିଇଓ, ୱାର୍ଡ ମେମ୍ବର ଶୋଷକ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ l ପୂର୍ବତନ ସରପଞ୍ଚ ଗୋପାଳ ଚନ୍ଦ୍ର ପୁରୋହିତ ଏହି ଗ୍ରାମସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିବାବେଳେ, ମାଷ୍ଟର ଟ୍ରେନର ପୂର୍ଣ୍ଣ ଚରଣ ସାହୁ ସ୍ୱଛତା ହିଁ ସେବା ଉପରେ ବକ୍ତବ୍ୟ ରଖିଥିଲେ l ପିଇଓ ଜ୍ଞାନ ରଞ୍ଜନ ମିଶ୍ର ବିଭିନ୍ନ ଯୋଜନା ଉପରେ ତଥା ପଞ୍ଚାୟତର ବିକାଶ ଦିଗରେ ଆବଶ୍ୟକ ହେଉଥିବା ଯୋଜନାର ଆଲୋକପାତସହିତ ଶିଶୁ ସୁରକ୍ଷାଅଧିକାରଉପରେ ବୁଝାଇ ଥିଲେ l ସ୍ଵଭାବ ସ୍ବଚ୍ଛତା ଓ ସଂସ୍କାର ସ୍ବଚ୍ଛତା ଦିଗରେ ଆମେ କେତେ ସଚେତନ ଅଛୁ ଏବଂ ଆଗାମୀ ଦିନ ଗୁଡିକରେ ଆମେ କଣ କଲେ ସ୍ୱଚ୍ଛ ପରିବେଶ ପାଇପାରିବା ତା' ଉପରେଏଡ଼ିଇଓ ରଙ୍କନିଧି ଗାଈଗୌରିଆ ଆଲୋଚନା କରିଥିଲେ।ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ୱାର୍ଡସଭ୍ୟ, ସଭ୍ୟା, ଗ୍ରାମ ବାସି, ସିଆରପି,ଏମବିକେ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ସ୍ୱତନ୍ତ୍ର ଗ୍ରାମ ସଭାରେ ଉପସ୍ଥିତ ରହି ଆଲୋଚନା ରେ ଭାଗନେଇଥିଲେ।ନାଏବ ସରପଞ୍ଚ ଧନ୍ୟବାଦ୍ ଅର୍ପଣକରିଥିଲେ l ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ବିଜ୍ଞପ୍ତି କୁ ଅନୁସରଣ କରି ଆଜି ସକାଳ 9ଟାରୁ 10ଟା ପର୍ଯ୍ୟନ୍ତସ୍ୱଛତା ପାଇଁ ଉପସ୍ଥିତ ସମସ୍ତେ ମିଶି ସଫେଇ କାର୍ଯ୍ୟ କରି ଜନ ସଚେତନତା ସୃଷ୍ଟି କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow