୧୫ ବର୍ଷ ରୁ କମ୍ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପ ୨୦୨୫ଉଦଘାଟିତ-

ସୋନପୁର:୭/୪(ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ଉଦଘାଟିତ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଏହିଟର୍ଣ୍ଣlମେଣ୍ଟ କୁ ଉପ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରି ଯୁବ କ୍ରୀଡା ପ୍ରତିଭା ସୃଷ୍ଟି କରିବାର ରାଜ୍ୟ ସରକାର ଙ୍କ ଏହି ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବରେ ଡି ଏସ ଓ ଚିତ୍ତ ରଞ୍ଜନ ମିଶ୍ର, ଭେଟରାନ ଫୁଟବଲ୍ ଖେଳାଳି ଗୋରେଖ ନାଥ ସାହୂ, କଇରୁ ସ୍ବାଇଁ, ଦିଲ୍ଲୀପ ଗୁରୁ, ଗୌରୀ ଶ୍ୟାମ ପଣ୍ଡା, ସତ୍ୟ ନାରାୟଣ ରାଓ, ଯୋଗ ଦେଇ ଥିଲେ l
ଜିଲ୍ଲା ର ବିଭିନ୍ନ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବା ବେଳେ ଆଜି ବି ଏସ ଏ ଉଲୁଣ୍ଡା ଓ ମା ଚର୍ଦ୍ଦା କ୍ଲବ୍ ଚର୍ଦ୍ଦା ମଧ୍ୟରେ ପ୍ରଥମ ମ୍ୟଚ ଓ କଙ୍କlଳି ଏଫ୍ ସି ଜନ୍ମୁରା ଓ ନାରାୟଣ ପୁର ମଧ୍ୟରେ ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଛି l ଉଭୟ ମ୍ୟାଚ୍ ଅମିମାଂସିତ ହୋଇ ଚାରି ଗୋଟି ଦଳ ଗୋଟାଏ ଗୋଟାଏ ପଏଣ୍ଟ ପାଇଛନ୍ତି l ପ୍ରଥମ ମ୍ୟାଚ କୁ ସଞ୍ଜୀବ ସାହୁ ମୂଖ୍ୟ ରେଫାରୀ ଭାବେ ଅନିଲ ଭୋଇ, ରାଜେଶ ଥାନପତି, ସହଯୋଗି ଓ ଅନିତା ମହାକୁଡ ଫୋର୍ଥ ଅଫିସିଆଲ୍ ଭାବେ ଖେଳ ପରି ଚାଳନା କରିଥିଲେ l ଦ୍ଵିତୀୟ ମ୍ୟାଚ କୁ ରାଜେଶ ଥନlପତି ମୁଖ୍ୟ ରେଫରି ଭାବେ ଓ ଅନିଲ ଭୋଇ, ପ୍ରଶାନ୍ତ ସେଠି ସହଜୋଗି ଓ ସଞ୍ଜୀବ ସାହୁ ଫୋର୍ଥ। ଅଫିସିଆଲ୍ ଭାବେ ଖେଳ ପରି ଚାଳନା କରିଥିଲେ l ଦିଗାମ୍ୱର ଶତପଥି ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l କ୍ରୀଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ବିକାଶ ପଣ୍ଡା ଓ କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
What's Your Reaction?






