ପଲଶାଗୋରା ମୁରାସୁର ଦରବାର ଉଦଯାପିତ

Oct 24, 2024 - 07:16
 0  7
ପଲଶାଗୋରା ମୁରାସୁର ଦରବାର  ଉଦଯାପିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ସ୍ୱସ୍ତିକ କ୍ଲବ ଦ୍ୱାରା ଆୟୋଜିତ ୨୬ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାର କାର୍ଯ୍ୟକ୍ରମ ର ଷଷ୍ଠ ସନ୍ଧ୍ୟାରେ ସାର୍ବଜନୀନ କଲାମଣ୍ଡପ ଠାରେ ସୁସଜିତ୍ୱ ବିଶାଳ ମଞ୍ଚରେ ମୁରାସୁର ଓ ଶେଷ ନୃସିଂହ ଙ୍କ ମଧ୍ୟରେ ଯୁଦ୍ଧ ହେବା ପରେ ମୁରାସୁର ଶେଷ ନୃସିଂହ ଙ୍କ ହସ୍ତରେ ବଧ ନାଟକ ମଞ୍ଚସ୍ଥ ହୋଇଥିଲା ଏଥି ସହିତ ମୁରାସୁର ଦରବାର କାର୍ଯ୍ୟକ୍ରମ ମଙ୍ଗଳବାର ବିଳମ୍ୱିତ ରାତିରେ ଉଦଯାପିତ ହୋଇଯାଇଛି |ଉଦଯାପନୀ ସନ୍ଧ୍ୟାରେ ରାଜକୀୟ ସ୍ୱତନ୍ତ୍ର ଅତିଥି ଭାବେ ଶାସକ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ ପ୍ରଧାନ,ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ସମ୍ମାନିତ ଅତିଥି ଯୁବ ବିଜେପି ନେତା ଓମ ପ୍ରକାଶ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ବିଜେପି ନେତା ପିନାକ ରଣା, ଶିତିକଣ୍ଠ ମିଶ୍ର, ପଞ୍ଚାନନ ସାହୁ, ନାଟ୍ୟକାର ଦିଲ୍ଲୀପ ମହାନ୍ତି ଯୋଗଦେଇଥିଲେ |ସଭାକୁ ଅଚ୍ୟୁତ ଖମାରୀ ସଂଯୋଜନା କରିଥିଲେ |ଏହି ଅବସରରେ ଦିଲ୍ଲୀପ ମହାନ୍ତି, ତରଣୀ ସାହୁ, ଅଚ୍ୟୁତ ଖମାରୀ, ଅବନୀ ନାଏକ, ନୃତ୍ୟ କଳାକାର, ବାଦ୍ୟ କଳାକାର, ମୁରାସୁର ଦରବାର ମୁଖ୍ୟ ଅଭିନେତା ହୃଷିକେଶ ଭୋଇ ଙ୍କ ସହ ସମସ୍ତ ଅଭିନେତା ଙ୍କୁ ମାନପତ୍ର ଦେଇ କମିଟି ତରଫରୁ ଅତିଥି ମାନଙ୍କ ହସ୍ତରେ ସମ୍ମାନିତ କରାଯାଇଥିଲା |ମୁରାସୁର ଭୂମିକା ରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ କଂସ ଭୂମିକା ରେ ଅଭିନୟ କରୁଥିବା ଅଭିନେତା ହୃଷିକେଶ ଭୋଇ, ଅଭିନୟ କରିଥିବା ବେଳେ ମନ୍ତ୍ରୀ ସୁଵିଜ୍ଞ ଭୂମିକା ରେ ନନ୍ଦିଘୋଷ ମହାପାତ୍ର ଅନ୍ୟାନ୍ନ ଭୂମିକା ରେ ଅବଧୂତ ଭୋଇ, ଅରୁଣ କରସେଲ, ପ୍ରକାଶ ଭୋଇ, ସୂର୍ଯ୍ୟ ପ୍ରକାଶ କର୍ଣ୍ଣ, ନରସିଂହ ସାହୁ, କୃଷ୍ଣ ବଲ୍ଲଭ ପ୍ରଶାନ୍ତ ତ୍ରିପାଠୀ, ଦୂତ ଭାଗ୍ୟ ମଲିକ ଓ ଭାଗ୍ୟବାନ ବାଗ, ଅମ୍ରିତା ବେହେରା, ମୋହିନୀ ବେହେରା, ରୁବି,ରାଜନର୍ତ୍ତକୀ ମଧୁସ୍ମିତା, ଙ୍କ ଦ୍ୱାରା ନାଟକ ମଞ୍ଚସ୍ଥ ହେଉଅଛି |ବାଦ୍ୟାଂଶ ରେ କିଶୋର ମେହେର, ଦିବାକର ଦୀପ, ଦୟାମୟ ମଲିକ ସହଯୋଗ କରିଥିଲେ |କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା |

What's Your Reaction?

like

dislike

love

funny

angry

sad

wow