ପଶ୍ଚିମ ଓଡିଶା ବିକାଶ ପରିଷଦ ପରିବେଶ ପାର୍କ (ନନ୍ଦନବନ ) ର ପୁନଃରୁଦ୍ଧାର ପାଇଁ ଦାବୀ

Aug 21, 2024 - 20:23
 0  16
ପଶ୍ଚିମ ଓଡିଶା ବିକାଶ ପରିଷଦ ପରିବେଶ ପାର୍କ (ନନ୍ଦନବନ ) ର ପୁନଃରୁଦ୍ଧାର  ପାଇଁ ଦାବୀ

ସୁବର୍ଣ୍ଣପୁର: ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ) :

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଖଜୁରୀପଡା ସ୍ଥିତ ପଶ୍ଚିମ ଓଡିଶା ବିକାଶ ପରିଷଦ ପରିବେଶ ପାର୍କ (ନନ୍ଦନବନ ) ଯାଯାବର ଠାରେ ମଥୁରା ପଂଚାୟତ ସରପଞ୍ଚ ପ୍ରଦୀପ କୁମାର କଂହରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ନନ୍ଦନବନ ଯାଯାବର ବନ୍ଦ ହୋଇଯିବାରୁ ସମସ୍ତ ଜିନିଷ ଖଳ ପ୍ରକୃତି ଲୋକ ଭାଙ୍ଗି ଦେଇଥିବାରୁ ଅଂଚଳର ବୁଦ୍ଧିଜୀବୀ ମାନେ କ୍ଷୋଭ ପ୍ରକାଶ ସହିତ ନିନ୍ଦା କରିଥିଲେ l ଏହି ଆଲୋଚନାରେ ଆସନ୍ତା 7ଦିନ ମଧ୍ୟରେ ଏକ ସାଧାରଣ ବୈଠକ ଆୟୋଜନ କରିବା ପାଇଁ ସ୍ଥିର କରାଯାଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଆସନ୍ତା ଅକ୍ଟୋବର 2 ଗାନ୍ଧି ଜୟନ୍ତୀରେ ଯାଯାବର ଚାଲୁ କରିବା ପାଇଁ ଦାବୀ ଉପସ୍ଥାପନା କରିଥିଲେ l

ଆସନ୍ତା ବୈଠକ ଆବାହକ ଭାବେ ମଥୁରା ଓ ବିରନରସିଂପୁର ସରପଞ୍ଚଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା l ଉକ୍ତ ବୈଠକରେ ସାମ୍ବାଦିକ ନରେନ୍ଦ୍ର କୁମାର ସାହୁ, ପରିବେଶବିତ ସ୍ୱରାଜ କୁମାର କଂହର, ସାମାଜିକକର୍ମୀ କୃତ୍ତିବାସ ପଲିଆ, ଡାକ୍ତର ବେହେରା, ଉଦ୍ଧବ କଳତା, ଅଲେଖ ବଗର୍ତ୍ତୀ, ସଦାଶିବ ପାତ୍ର, ରଞ୍ଜନ ନାଏକ, ଜ୍ୱତିରଞ୍ଜନ ପ୍ରଧାନ, ଅଖିଳ ପ୍ରଧାନ, ସବ୍ୟସାଚି ଦନ୍ତା , ନରେନ୍ଦ୍ର ପ୍ରଧାନ, ବିଜୟ କୁମାର ପ୍ରଧାନ, ସରୋଜ କୁମାର ସାହୁ, ଅରୁଣ କୁମାର ଦେହୁରୀ, କୃପାସିନ୍ଧୁ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow