ପିସ୍ତଲ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରୁ ଲୁଟି ନେଲେ ୬୯ ହଜାର ଟଙ୍କା,ପୁଲିସ ର ତଦନ୍ତ ଜାରି।

Mar 25, 2025 - 15:54
 0  107
ପିସ୍ତଲ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରୁ ଲୁଟି ନେଲେ ୬୯ ହଜାର ଟଙ୍କା,ପୁଲିସ ର ତଦନ୍ତ ଜାରି।

ଧର୍ମଗଡ଼:(୨୫/୦୩)ଲୋକ ଆଵାଜ ଇନ:(ସନତ କୁମାର ପ୍ରଧାନୀ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କଲମପୁର ପୁଲିସ ଥାନା ଅଧିନସ୍ଥ ପଣ୍ଡିଗାଁ ଠାରେ ଘଟିଛି ଏକ ଡକାୟତି ଘଟଣା। ଜନୈକ ଚାଷୀଙ୍କ ଘରରୁ ୬୯ ହଜାର ଟଙ୍କା ପିସ୍ତଲ ଦେଖାଇ ମୁଖା ପିନ୍ଧା ଦୁର୍ବୁତ୍ତ ଲୁଟି ନେଇଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ବରୁଣ ମାଝୀ ନାମକ ଜନୈକ ଚାଷୀ ପ୍ରବଳ ଗରମ ହେତୁ ପରିବାର ସହ ଘର ବାହାରେ ଶୋଇଥିଲେ। ବରୁଣ ରାତିରେ ଉଠି ବାହାରକୁ ବାହାରିଥିବା ବେଳେ ୪ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ବରୁଣ ମୁଣ୍ଡ ଉପରେ ପିସ୍ତଲ ରଖି ଧମକ ଦେଇ ଭୟଭୀତ କରିଥିଲେ।

ବରୁଣ ଆତଙ୍କିତ ହେଇ ଘର ଭିତରରେ ଏକ ଆଟାଚିରେ ରଖିଥିବା ୬୯ ହଜାର ଟଙ୍କା କାଢି ଦୁର୍ବୁତ୍ତ ମାନଙ୍କୁ ଦେଇଥିଲା। ଏହାପରେ ଦୁର୍ବୁତ୍ତମାନେ ପୁଣି ବରୁଣର ମୁଣ୍ଡ ଉପରେ ପିସ୍ତଲ ରଖି ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ରାସ୍ତାକୁ ନେଇଥିଲେ। ସେଠାରେ ଥିବା ଦୁଇ ଗୋଟି ବାଇକ୍ ରେ ବସି ଦୁର୍ବୁତ୍ତମାନେ ଫେରାର ମାରିଥିଲେ। ଡକାୟତି ଲୁଟ ସମ୍ପର୍କରେ କଲମପୁର ପୁଲିସ କୁ ଖବର ଦେବାପରେ ପୁଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ପରିବାର ଲୋକଙ୍କ ବୟାନ ଅନୁସାରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି

What's Your Reaction?

like

dislike

love

funny

angry

sad

wow