ପ୍ରତିଶ୍ରୁତି ପାଳନ କଲେ ଲୋକଙ୍କ ସରକାର, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ନିଷ୍ଠା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ବାଲିଗୁଡ଼ାଉପଖଣ୍ଡଚିକିତ୍ସାଳୟ ସମସ୍ୟା ର ସମାଧାନ ହେଲା ଡ଼ାକ୍ତର ସାଂଖ୍ୟ 18 କୁ ବୃଦ୍ଧି l
ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଓଡ଼ିଶାର ସର୍ବ ବୃହତ୍ ଉପଖଣ୍ଡ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ଅବ୍ୟବସ୍ଥା ଘେରରେ ରହିଥିଲା l ଦୀର୍ଘ ବର୍ଷ ହେବ ବିଜେଡି ସରକାର ଅମଳ ଡକ୍ଟର ଓ କର୍ମଚାରୀ ଅଭାବ ସମସ୍ୟା ହେଉକି ଯନ୍ତ୍ର ପାତି ଅଭାବ ଯୋଗୁଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ବହୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଥିଲେ, ବହୁବାର ଭାରତୀୟ ଜନତା ପାର୍ଟୀ ବହୁ ସଂଗଠନ ଡକ୍ଟର ସମସ୍ୟା ଦୂର କରିବାକୁ ଲିଖିତଅଭିଯୋଗ କରିଥିଲେ ମଧ୍ଯ ଲୋକ ପ୍ରତିନିଧି ବିଜେଡି ସରକାର ଙ୍କ ବୈମାତୃକ ମନୋଭାବ ଯୋଗୁଁ ଫଳସୁନl ଥିଲା l ସୂଚନାଯୋଗ୍ୟ ଯେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଉପରେ ଏକଲକ୍ଷରୁ ଉର୍ଦ୍ଧ ଲୋକେ ନିର୍ଭର କରନ୍ତି, ଉକ୍ତ ଚିକିତ୍ସାଳୟରେ ସମୁଦାୟ 23 ଜଣ ଡାକ୍ତର ଏବଂ 47ଜଣ ଷ୍ଟାଫ ନର୍ସ ପଦବୀ ରହିଛି କିନ୍ତୁ 3 ରୁ 5 ଜଣ ଡାକ୍ତର ଏବଂ 10 ଜଣ ଷ୍ଟାଫନର୍ସ ରେ ମେଡିକାଲ ସେବା ଚଅଲଟ୍ରାସାଉଣ୍ଡ ପାଇଁ ଲୋକେ ବ୍ରହ୍ମପୁର, ଭଞ୍ଜନଗରକୁ ସ୍ଥାନାନ୍ତରଣ କରା ଯାଉଥିଲା l ଡାକ୍ତର ଅଭାବ ହେତୁ ସାମାନ୍ୟରୁ ସାମାନ୍ୟ ରୋଗ ପାଇଁ ରୋଗୀଙ୍କୁ ଫୁଲବାଣୀ, ବ୍ରହ୍ମପୁରକୁ ସ୍ଥାନାନ୍ତରଣ କରାଯାଉ ଥିଲା l
ବାଲିଗୁଡା ଉପଖଣ୍ଡ ଡାକ୍ତରଖାନ୍ନା ସମସ୍ୟା ପାଇଁ ଶାସନ ଠାରୁ ପ୍ରଶାସନ ସମସ୍ତେ ନିରବ ଥିଲେ! ଫଳରେ ଏହାର ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ଲୋକଙ୍କୁ ଭୋଗିବାକୁ ପଡୁଥିଲା l ବର୍ତ୍ତମାନ ଲୋକଙ୍କ ସରକାର ମୋହନ ସରକାର ଓଡ଼ିଶା ରେ ଶାସନ କ୍ଷମତା କୁ ଆସିବା ପରେ ଏବଂ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ କର୍ତ୍ତବ୍ୟ ନିଷ୍ଠା ଓ ଅଞ୍ଚଳ ପ୍ରତି ଭଲ ପାଇବା ଯୋଗୁଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ର ସମାଧାନ କରିଛନ୍ତି ବର୍ତ୍ତମାନ ଡ଼ାକ୍ତର ସାଂଖ୍ୟ 18 କୁ ବୃଦ୍ଧି ପାଇଛି, ରବିବାର ଦିନ ସକାଳେ ଚିକିତ୍ସାଳୟ କୁ ଅଚାନକ ଗ୍ରସ୍ତ କରି ସମସ୍ତ ୱାର୍ଡ ବୁଲି ରୋଗୀ ସେବା କିଭଳି ଚାଲିଛି ଦେଖିଛନ୍ତି ଏବଂ ରୋଗୀ ଙ୍କୁ ପଚାରି ବୁଝିଛନ୍ତି ବାଲିଗୁଡା ମେଡ଼ିକାଲ ରେ ନୂତନ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହିତ ପର୍ଯ୍ୟାୟ କ୍ରମେ ସମସ୍ତ ପଦବୀ ପୂରଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି, ସାଂସଦ ଙ୍କ ଏହି ମହତ କାର୍ଯ୍ୟ କୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ସମେତ ବାଲିଗୁଡା ସହରବାସୀ ଉଚ୍ଚ ପ୍ରଶଂସା କହିଛନ୍ତି l
What's Your Reaction?