ପ୍ରଥମ ବର୍ଷ ଛାତ୍ରୀ ଛାତ୍ର ଙ୍କ ଉଦେଶ୍ୟ ରେ ସ୍ୱାଗତ ସମ୍ବର୍ଦ୍ଧନା ସଭା

Oct 15, 2026 - 08:37
 0  20
ପ୍ରଥମ ବର୍ଷ ଛାତ୍ରୀ ଛାତ୍ର ଙ୍କ ଉଦେଶ୍ୟ ରେ  ସ୍ୱାଗତ ସମ୍ବର୍ଦ୍ଧନା ସଭା

କର୍ଲାମୁଣ୍ଡା: ୧୫/୧୦(ଲୋକ ଆବାଜ୍. ଇନ୍ ବ୍ୟୁରୋ ରିପୋର୍ଟ୍) 

   

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଠାରେ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଥମ ବର୍ଷ ଛାତ୍ରୀ ଛାତ୍ର ଙ୍କ ଉଦେଶ୍ୟ ରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ସୁବୋଧ କୁମାର ଶତପଥି ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଲମ୍ବୋଦର ସାହୁକାର, ସ୍ୱତନ୍ତ୍ର ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ରାଏଧର ବନଛୋର ପ୍ରମୁଖ ଯୋଗ ଦେଇ ଛାତ୍ରୀ ଛାତ୍ର ଙ୍କୁ ଉତ୍ତମ ମଣିଷ ହେବା ସହିତ ଶୃଙ୍ଖଳିତ ରହିବା କୁ ପରାମର୍ଶ ଦେଇଥିଲେ।

ସଭାକାର୍ଯ୍ୟ ରେ ଅଧ୍ୟାପକ ଲିପୁନ୍ ସାହୁ ଓ ସତ୍ୟ ନାରାୟଣ ସାହୁ ପରିଚାଳନା କରିଥିବା ବେଳେ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ କୁ ଅଧ୍ୟାପକ ପିତାମ୍ବର ସାହୁ, ଅଧ୍ୟାପକ ଗଗନ ବିହାରୀ ମହାପାତ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଅଧ୍ୟାପିକା ସୁଶ୍ରୀ ଜ୍ୟୋତିମାଳା ରାଉତ, ସୁଶ୍ରୀ ଦୀପାଞ୍ଜଳି ବାଗ, ଅଧ୍ୟାପକ ବିରେନ୍ଦ୍ର କୁମାର ସାହୁ,ପ୍ରସନ୍ନ କୁମାର ବେହେରା,ଶିବାଜୀ ବାରିକ,ଜିତୁ ରଣା, କ୍ରୀଡ଼ା ଶିକ୍ଷକ ରାଜ କିଶୋର ରଣା, ଗ୍ରନ୍ଥ ରଖକ୍ ଧ୍ରୁବ ଚରଣ ସାହୁ, ମୁଖ୍ୟ କିରାଣୀ ଚୂଡ଼ାମଣି ସାହୁ,ଶାନ୍ତନୁ ସାହୁ ଙ୍କ ସମେତ ସମସ୍ତ ଛାତ୍ରୀ ଛାତ୍ର ମାନେ ସହଯୋଗ କରିଥିଲେ

What's Your Reaction?

like

dislike

love

funny

angry

sad

wow