ସାଂସଦ ଉଦଘାଟନ କଲେ ତୁମୁଡିବନ୍ଧର ମିଶନ ଶକ୍ତି କାଫେ,ମହିଳା ହେବେ ସଶକ୍ତ।

Dec 26, 2025 - 21:17
 0  53
ସାଂସଦ ଉଦଘାଟନ କଲେ ତୁମୁଡିବନ୍ଧର ମିଶନ ଶକ୍ତି କାଫେ,ମହିଳା ହେବେ ସଶକ୍ତ।

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର ଅପରାହ୍ନରେ ଉଦଘାଟନ କରିଛନ୍ତି।ପ୍ରଥମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ,ସି ଆର ପି ସି ଏମ ଓ ଏମ ବି କେ ମାନେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ବନବିହାରି ହରପାଲ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମିଶନ ଶକ୍ତି କାଫେ ଗୃହକୁ ଉଦଘାଟନ କରିଥିଲେ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଆଇ ଟି ଡି ଏ ପି ଏ କୃପା ସିନ୍ଧୁ ବେହେରା, ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ତୁମୁଡିବନ୍ଧ ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ,ପୂର୍ବତନ ଭା ଜ ପା ଜିଲ୍ଲା ସଭାପତି ଜଗନାଥ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ, ବରିଷ୍ଠ ନେତା ପଦ୍ମ ଚରଣ ଦାସ, ତୁମୁଡିବନ୍ଧ ମଣ୍ଡଳ ସଭାପତି ସର୍ବେଶ୍ୱର ମାଝି ବରିଷ୍ଠ ନେତା ଶ୍ରୀଚନ୍ଦ୍ର ପରାସେଠ ପ୍ରମୁଖ ଉପସ୍ଥିତ ଥିଲେ।ଉଦଘାଟନ ପରେ କାଫେକୁ ସାଂସଦ ବୁଲି ଦେଖିବା ସହିତ ପରିଚାଳନା ଦାୟିତ୍ୱ ନେଇଥିବା ମା ଗଜଳଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଅଲୋଚନ କରିଥିଲେ ।ଏହି ଅବସରରେ ସାଂସଦ ପାଣିଗ୍ରାହୀ ତୁମୁଡିବନ୍ଧ ବ୍ଳକରେ ମିଶନ ଶକ୍ତି କାଫେ ନଥିଲା।ଯାହା ଫଳରେ ଦୂର ପଞ୍ଚାୟତ ମାନଙ୍କରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଆସି ନିଜ କାମ ସାରି ବଜାର ହୋଟେଲରେ ଅଧିକା ଟଙ୍କା ଦେଇ ଭୋଜନ କରି ନିଜ ଘରକୁ ଫେରିଥାନ୍ତି।ଏହା ବିଚାରକୁ ନେଇ ମିଶନ ଶକ୍ତି କାଫେରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମଧ୍ୟରେ ଚା ଜଳଖିଆ ଓ ଭୋଜନ ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ଲୋକମାନଙ୍କୁ ସ୍ଵାଦିଷ୍ଟ ଭୋଜନ ଯୋଗାଇବା ଦିଆ ଯିବ।ଅନ୍ୟ ପକ୍ଷରେ ଅଞ୍ଚଳ ବାସୀ ଉତ୍ତମ ଖାଦ୍ୟ ଖାଇବା ପାଇଲେ ଓ ଆମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ରୋଜଗାର କ୍ଷମ ହେଲେ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ସି ଡି ପି ଓ ଲତା ଦିଗାଲ, ମିଶନ ଶକ୍ତି ଏକାଉଣ୍ଟାଣ୍ଟ ବାବୁଲି ନାୟକ,ଓ ଏଲ ଏମର ବି ପି ଏମ ଅକ୍ଷୟ କୁମାର ପ୍ରଧାନ ,ବି ଏଲ ସି ବାଦଲ ପ୍ରଧାନ,ବି ପି ସି ସରୋଜ କୁମାର ଦିଗାଲ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ଉପସ୍ଥିତ ଥିଲେ।ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।

What's Your Reaction?

like

dislike

love

funny

angry

sad

wow