ବଜ୍ରା ଘାତ ରେ ଜଣେ ଶ୍ରମିକ ମୃତ

Aug 18, 2024 - 19:26
 0  64
ବଜ୍ରା ଘାତ ରେ ଜଣେ ଶ୍ରମିକ ମୃତ

ସୋନପୁର : ଲୋକ ଆବାଜ.ଇନ (ମନୋରଞ୍ଜନ ତ୍ରିପାଠୀ )-

 ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇ ମାଲ୍ ଗ୍ରାମରେ ଆଜି ବଜ୍ରାଘାତ ରେ ଜଣଙ୍କ ର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ହିମାଂଶୁ ମହାନନ୍ଦ ବୟସ 52 ବର୍ଷ ଆଜି ଅପରାହ୍ନ ସମୟରେ କ୍ଷେତରେ ଧାନ ରୋଇବା ସମୟ ରେ ହଠାତ୍ ବିଜୁଳୀ ଓ ଘଡ ଘଡି ସହ ବର୍ଷା ହୋଇଥିଲା ଓ ସେଇ ସମୟ ରେ ହିଁ ତାଙ୍କୁ ବିଜୁଳି ମାରିଥିବା ବେଳେ ଶ୍ରମିକ ଜଣକ ସେଠାରେ ହିଁ ଅଚେତ୍ ହୋଈ ପଡ଼ିଯାଇ ଥିଲେ l

 ପରେ ଘର ଲୋକେ ଖବର ପାଇ ବିଲରୁ ତାଙ୍କୁ ଉଦ୍ଧାର କରି ବିନିକା ଡ଼ାକ୍ତରଖାନା କୁ ନେଇ ଯାଇଥିଲେ lକିନ୍ତୁ ଡ଼ାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ। ଆଜି ଏ ଖବର ରେ ବିନିକା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l

What's Your Reaction?

like

dislike

love

funny

angry

sad

wow