ବନ ବିଭାଗ ର କାର୍ଯ୍ୟାନୁଷ୍ଠାନ ଆରମ୍ଭ, ଦୁଇ ଶଗଡ଼ ସହ କାଠ ଜବତ

ବନ ବିଭାଗ ର କାର୍ଯ୍ୟାନୁଷ୍ଠାନ ଆରମ୍ଭ, ଦୁଇ ଶଗଡ଼ ସହ କାଠ ଜବତ
ବାଲିଗୁଡା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବନାଞ୍ଚଳ ରେ ଜଙ୍ଗଲ ସୁରକ୍ଷା ପାଇଁ ବନାଞ୍ଚଳ ପକ୍ଷରୁ ବହୁବାର ଅପିଲ ସତ୍ତ୍ୱେ ମାତିଛନ୍ତି କାଠ ମାଫିଆ, ଦିନ ଦ୍ବି ପ୍ରହର ରେ ମାଫିଆ ଙ୍କ ପ୍ରରୋଚନା ରେ ପଡି ସ୍ଥାନୀୟ କାଠୁରିଆ ଜଙ୍ଗଲ ରୁ ବହୁମୂଲ୍ୟ ଶାଳ କାଠ ଠିକାଦାର, ମିଶ୍ଚର ଫେକ୍ଟ୍ରି, ପାଉରୁଟି ଫେକ୍ଟ୍ରି କୁ ଦୈନିକ କୋଡିଏ ରୁ ତିରିଶ ଶଗଡ଼ କାଠ ଚାଲାଣ ହେଉଛି l ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ବନ ବିଭାଗ l ଜଙ୍ଗଲ କୁ ସୁରକ୍ଷା ଦେବା ସହିତ କାଠ ଚାଲାଣ ସମ୍ପୂର୍ଣ୍ଣ ରୋକିବା କୁ ପ୍ରୟାସ କରିଛି ବନ ବିଭାଗ, ବାଲିଗୁଡା ର କେଉଁ ଠିକାଦାର ମିଶ୍ଚର ଫେକ୍ଟ୍ରି, ପାଉରୁଟି ଫେକ୍ଟ୍ରି କୁ ଦୈନିକ କାଠ ଚାଲାଣ ହେଉଛି ତାହାର ତଥ୍ୟ ବିଭିନ୍ନ ସୂତ୍ରରୁ ହାସଲ କରିଛି ବିଭାଗ l ବାଲିଗୁଡା ଡ଼ି. ଏଫ. ଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ଫରେଷ୍ଟର ପ୍ରଭାତ କୁମାର ଦୋରାଙ୍କ ନେତୃତ୍ୱ ରେ ଗଠନ ହୋଇଛି ଟିମ l ଗୁରୁବାର ପ୍ରଥମ ଦିନରେ ବାଲିଗୁଡା ବନାଞ୍ଚଳ ଜଙ୍ଗଲ ରୁ ସହର କୁ ଚାଲାଣ ବେଳେ ନୁଆସାହି ର ଦୁଇ ଶଗଡ଼ ସହିତ କାଠ କୁ ଜବତ କରିବାରେ ସକ୍ଷମ ହୋଇଛି ଟିମ l ଘଟଣା ସ୍ଥଳରୁ ଦୁଇ ଶଗଡିଆ ଫେରାର ହୋଇଥିବା ଜଣା ପଡିଛି l ଆଗାମୀ ଦିନରେ ବାଲିଗୁଡା ସହର ରେ କାଠ ଚାଲାଣ ରୋକିବା କୁ କଡାଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଫରେଷ୍ଟର ପ୍ରଭାତ ଦୋରା କହିଛନ୍ତି l
What's Your Reaction?






