ଚଉଷଠି ଯୋଗିନୀ ପୀଠ ର ବିକାଶ ଓ ସୁରକ୍ଷା ଜରୁରୀ :

ଚଉଷଠି ଯୋଗିନୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା,
ଚଉଷଠି ଯୋଗିନୀ ପୀଠର ବିକାଶ ଓ ସୁରକ୍ଷା ଜରୁରୀ
ବଙ୍ଗୋମୁଣ୍ଡା: ଲୋକ୍ ଆଵାଜ୍.ଇନ୍(ହୁଲେଶ୍ୱର ହଂସ)
ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଳକର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ଠାରେ ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ କମିଟି ଆନୁକୂଲ୍ୟରେ ସୋମେଶ୍ୱର ମହାଦେବଙ୍କ ଶିବରାତ୍ରି ମେଳା ସହ ଚଉଷଠି ଯୋଗିନୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ବିଭୋର ହୋଇଥିଲେ ।ଦ୍ୱିତୀୟ ସନ୍ଧ୍ୟାରେ
ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା,ପୂର୍ବତନ ବିଧାୟକ ଆୟୁବ ଖାନ,ସିନ୍ଧେକେଲା ବଣିକ ସଂଘ ସଭାପତି ସୁବାଷ ଜୈନ,ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ସଭାପତି ମଁଜେସ ମେହେର,ଟ୍ରଷ୍ଟ ସଦସ୍ୟ ଧନୀରାମ ଭୋଇ,କୁଣ୍ଡାବୁଟୁଲା ସମିତି ସଭ୍ୟ ରୀତା ସାହୁ,ରାମଜୀ ସାହୁ କପିଲାଭଟା ସମିତି ସଭ୍ୟ କେଦାର ଭୋଇ,ଭୁର୍ଷାଗୁଡ଼ା ସମିତି ସଭ୍ୟ ଦ୍ରୋପଦ ବାରିକ, ଶିକ୍ଷକ ପ୍ରହ୍ଲାଦ ସାହୁ,ପୂର୍ବତନ ସରପଞ୍ଚ ଅହଲ୍ୟା ସାହୁ,ଆନନ୍ଦ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।ରାଣୀପୁର ଝରିଆଲର ସାମଗ୍ରିକ ବିକାଶ ଓ ସୁରକ୍ଷା ଅତିଥି ଗଣ ମତବ୍ୟକ୍ତ କରିଥିଲେ ।ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପରିବେଷଣ
ହୋଇଥିଲା ।କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
What's Your Reaction?






