ବନ ବିଭାଗ ର ସଚେତନତା ସଭା :

ବନ ବିଭାଗର ସଚେତନତା ସଭା
ମଣିଷ ଆଉ ଗଛ ଅଙ୍ଗାଙ୍ଗୀ ଭାବେ ଜଡିତ
ମ.ରାମପୁର: ଲୋକ୍ ଆବାଜ୍. ଇନ୍ (ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ନର୍ଲା ବନ ବିଭାଗ ପକ୍ଷରୁ ନର୍ସରୀ ଠାରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟପ୍ରାଣୀ ସୁରକ୍ଷା ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥି ରେ ଅତିଥି ମାନେ ମଣିଷ ଓ ଗଛ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି ନିଜର ବକ୍ତବ୍ୟ ରେ କହିବା ସହିତ ବନ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ ହେବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ । ଏଥିରେ ନର୍ଲା ରେଞ୍ଜ ଅଧିକାରୀ ଭରତ ବନ୍ଧୁ ଶବର ସଭାପତିତ୍ବ କରିଥିଲେ। ଅତିଥି ଭାବେ ସୁବଳ ମାଝୀ,ସ୍ବେଚ୍ଛାସେବୀ ସଙ୍ଗଠନ ସେବାଜଗତର ସଂଯୋଜକ ଟଙ୍କଧର ବଗର୍ତ୍ତୀ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ହେମନ୍ତ ସାହୁ ଯୋଗ ଦେଇ ଥିବା ବେଳେ ମଞ୍ଚ ପରିଚାଳନା ପ୍ରଦୀପ କୁମାର ସାହୁ କରିଥିଲେ । ଯଦି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟପ୍ରାଣୀ ସୁରକ୍ଷା କରିବାକୁ ହେଲେ ବନ ବିଭାଗର ଯେତିକି ଦାୟିତ୍ବ ରହିଛି ସେହିପରି ସ୍ଥାନୀୟ ଲୋକଙ୍କ ମଧ ସମାନ ଦାୟିତ୍ଵ ରହିବା ଆବଶ୍ୟକ।ତା ସହିତ ଉପାନ୍ତ ଅଞ୍ଚଳରେ ଲୋକମାନେ ପୋଡୁଚାଷ ପାଇଁ ଜଙ୍ଗଲରେ ପ୍ରାୟତଃ ନିଆଁ ଲଗାଉଥିବା ବେଳେ ସେଥିରୁ ନିବୃତ୍ତ ରହିବାକୁ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଚେତନତା ବାର୍ତ୍ତାକୁ ନେଇ ଏକ ରଥ ମାଧ୍ୟମରେ ଗାଁ କୁ ଯାଇ ସଚେତନ କରାଯାଉଛି ବୋଲି ରେଞ୍ଜ ଅଧିକାରୀ ଶ୍ରୀ ଶବର ପ୍ରକାଶ କରିଥିଲେ । ଏଥିରେ ବନ ବିଭାଗର ଫରେଷ୍ଟର, ଗାଡ଼,ଏଲିଫେଣ୍ଟ ସ୍କାଡ, ଫାୟାର ସ୍କାଡ ଅନ୍ୟାନ୍ୟ ବନ କର୍ମଚାରୀ ଯୋଗ ଦେଇଥିଲେ। ବନ ପାଳ ଦିଆଲୁ ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ବନ ପାଳ ଗୟା ମାଝୀ, ଭବାନୀ ଶଙ୍କର ନିଆଲ ,ଗୁନି ମହାରଣା ,ରଘୁମଣି ଶବର ଓ ବନ ରକ୍ଷୀ ମାନେ ସହଯୋଗ କରିଥିଲେ ।
What's Your Reaction?






