ସୋନପୁର ରେ ମହା ସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ସୋନପୁର - ଲୋକ ଆବାଜ୍. ଇନ୍ (ମନୋରଞ୍ଜନ ତ୍ରିପାଠୀ)
ପବିତ୍ର ଜନ୍ମାଷ୍ଟମୀ ଉତ୍ସବ l ପ୍ରଭୁ ଶ୍ରୀକୃଷ୍ଣ ହେଉଛନ୍ତି ପ୍ରେମ ର ପ୍ରତୀକ l ପ୍ରଭୁ ସୁଦାମା ପରି ଜଣେ ଦରିଦ୍ର ଲୋକ ଙ୍କ ସହ ମୈତ୍ରତl ଓ ବନ୍ଧୁତା ସ୍ଥାପନ କରି ତାଙ୍କ ଗାମୁଛା ରୁ ଆଁଇଠା ଚାଉଳ ଭଜା ଖାଇଥିଲେ l ଓ ଧନୀ ଦରିଦ୍ର ସାନ ବଡ଼ ର ପାର୍ଥକ୍ୟ ନ ରଖି ତାଙ୍କୁ ବନ୍ଧୁ କରି ଦୁନିଆଁ କୁ ଉଦାହରଣ ଦେଇ ଥିଲେ l ପ୍ରଭୁ ଙ୍କ ଏ ଉଦାରତା ଓ ଅନ୍ୟାୟ ଅତ୍ୟାଚାର ର ଦମନ କରି ଧର୍ମ ରକ୍ଷା କରିବା ଜୀବ ଜଗତ କୁ ସୁରକ୍ଷା ଦେବା ଆଜି ଦିନ ର ବା ଉପାସନା ର ମୂଳ ଲକ୍ଷ୍ୟ ଅଟେ l ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସର ରେ ଆଜି ସୁବର୍ଣ୍ଣପୁର ସହର ତଥା ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି ।ସୋନପୁର ମଝିପଡ଼ା ରାମ ମନ୍ଦିର, ମହାବୀର କଲୋନୀ ରାମ ମନ୍ଦିର, ବୃନ୍ଦାବନ ବିହାରୀ ମନ୍ଦିର, ଶ୍ରୀ ଗୋପାଳ ଜି ମନ୍ଦିର ସମେତ ବିଭିନ୍ନ ମନ୍ଦିର ଓ ପାଠାଗାର ମାନଂକରେ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି । ସେହିପରି ଗୋକନେଶ୍ୱର ପଡ଼ା ସ୍ଥିତ ସମାଜସେଵୀ ଗୋପାଳ ନେଗୀ ଙ୍କ ବାସ ଭବନ ରେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ଧୁମ୍ ଧାମରେ ପାଳନ କରାଯାଇଛି। ଏଠାରେ ଶହଶହ ପୁରୁଷ ଓ ମହିଳା ବ୍ରତ ଧାରୀ ଏକାଠି ହୋଇ ରୀତି ନୀତି ରେ ପୂଜା ଅର୍ଚ୍ଚନା କରି ପ୍ରଭୁ ଙ୍କୁ ନୈବେଦ୍ୟ ଅର୍ପଣ କରି ପ୍ରଭୁ ଙ୍କ ଆଶିଷ ଲାଭ କରି ଥିଲେ ଏଵଂ ଏଠାରେ ସଙ୍ଗୀତକାର ପୁରନ୍ଦର ଠେଲାଙ୍କ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ଙ୍କ ଦ୍ଵାରା ଭଜନ ସଙ୍ଗୀତ ପରିବେଷଣ କରା ଯାଇ ଥିଲା । ଯାହାକି ସମଗ୍ର ଅଞ୍ଚଳ ରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା l ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଶ୍ରୀକୃଷ୍ଣ ଙ୍କ ଭଜନ କୀର୍ତ୍ତନ ରେ ଭାବ ବିହ୍ବଳ ହୋଈ ନାଚ ଗୀତ ରେ ସାମିଲ ହୋଇଥିଲେ l ଯୋଗ ସମିତି ସ୍ବଚ୍ଛ ଭାରତ ସମେତ ସହର ର ବହୂ ଭକ୍ତ ଶ୍ରଦ୍ଧାଳୁ ଏଠାରେ ଯୋଗ ଦେଇ ପ୍ରଭୂ କୃପା ଲାଭ କରିଥିଲେ l
What's Your Reaction?






