ବାଇକ୍ ରୁ ଖସି ଚନ୍ଦନ ପିଣ୍ଡା ଗ୍ରାମ ର ଜିନା ଚୌଧୁରୀ ଙ୍କ ମୃତ୍ୟୁ

ନର୍ଲା: ଲୋକ୍ ଆଵାଜ୍ .ଇନ୍ ( ଜଗତ ରାମ୍ ସାହୁ )
ଆଜି ସକାଳ ୧୦ ଟା ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ଭୁବନେଶ୍ଵର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୨୬ ବଫଲା ପାଖ ରେ ବାଇକ୍ ରୁ ଖସି ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି। ବାଇକ୍ ରେ ତିନି ଜଣ ଆରୋହୀ ବସିଥିବା ବେଳେ ପଛରେ ବସିଥିବା ମହିଳା ଅଚାନକ୍ ଖସି ପଡିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଥିଲା ।ଡାକ୍ତର ର ଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନା ଅନୁସାରେ ମୃତ ମହିଳା ଙ୍କ ନାଁ ଜିନା ଚୌଧୁରୀ(୪୦) ସେ ମ ରାମପୁର ବ୍ଲକ୍ ମ,ରାମପୁର ପଞ୍ଚାୟତ ଚନ୍ଦନପିଣ୍ଡା ର ବାସିନ୍ଦା ବୋଲି ଜଣାପଡିଛି।ନର୍ଲା ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
What's Your Reaction?






