ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ବାଲିଗୁଡ଼ା ରେ ମିନି ମାରାଥନ ପ୍ରତିଯୋଗିତା

Mini marathon on the occasion of National Sports Day

Aug 29, 2024 - 14:49
 0  47
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ବାଲିଗୁଡ଼ା ରେ  ମିନି ମାରାଥନ ପ୍ରତିଯୋଗିତା

ବାଲିଗୁଡ଼ା: ଲୋକ୍ ଆବାଜ୍ .ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)

 :-ଭାରତୀୟ ହକି ରେ ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଦିବସ ଅବସରରେ ଆଜି ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଙ୍ଘ ତତଫରୁ ମିନି ମାରାଥନ ପ୍ରତିଯୋଗିତା  ଅନୁଷ୍ଠିତ ହୋଇ ଯାଇଛି l  ସକାଳ ସାତ ଘଟିକା ସମୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ୍ୱ ସ୍କୁଲ୍ କଲେଜ ଛାତ୍ର ଛାତ୍ରୀ ବିଭିନ୍ନ ଗ୍ରାମାଞ୍ଚଳ ରୁ ଆସି ଯୋଗଦେଇ ଥିଲେ l ଗ୍ରାମାଞ୍ଚଳ ର ଲୁକ୍କାୟିତ ପ୍ରତିଭା ଙ୍କୁ  ମୂଖ୍ୟ ସ୍ରୋତ ରେ ସାମିଲ୍ କରିବା ସହିତ ତାଙ୍କୁ ଉତ୍ସାହ  ଦେବା ପାଇଁ ଏହା ଏକ ପ୍ରୟାସ ବୋଲି ଅତିଥି ଗଣ ନିଜ ବକ୍ତବ୍ୟ ରେ କହିଥିଲେ l କ୍ରୀଡ଼ା ସଙ୍ଘ ର ସମ୍ପାଦକ ତୀର୍ଥବାସୀ ଘଡେ଼ଇ କାର୍ଯକ୍ରମ କୁ ପରିଚାଳନା କରିଥିବା ବେଳେ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ କ୍ରୀଡ଼ା ସଙ୍ଘ ର ସଭପତି  ରୀନା କୁମାରୀ ପ୍ରଧାନ ଓ ବାଲିଗୁଡ଼ା ଏସ ଡି ପି ଓ ରାହୁଲ ଗୋୟଲ୍ ଏନ୍, ଏ ସି ଅଧକ୍ଷ ଗୋବିନ୍ଦ ପ୍ରଧାନ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ  l  

ଏହାପରେ ଆୟୋଜିତ ସଭାରେ ଉପ ଜିଲ୍ଲାପାଳ ତଥା କ୍ରୀଡ଼ା ସଂଘର ସଭାପତି ରୀନା କୁମାରୀ ପ୍ରଧାନ ଏସ ଡି ପି ଓ ରାହୁଲ ଗୋୟଲ୍ ଏନ୍, ଏ ସି ଅଧକ୍ଷ ଗୋବିନ୍ଦ ପ୍ରଧାନ  , ବାଲିଗୁଡ଼ା ବି, ଡି, ଓ ଅଚ୍ୟୁତ ନନ୍ଦ ଯାନି l ଉପ ସଭାପତି ପ୍ରଶାନ୍ତ ବେହେରା ମଞ୍ଚାସୀନ ଥିଲେ l  ମିନି ମାରାଥନ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ଙ୍କୁ ଆମନ୍ତ୍ରିତ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ l  ଉପଖଣ୍ଡ କ୍ରୀଡ଼ା ସଙ୍ଘ କଂଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଙ୍କୁ କାର୍ଯକ୍ରମ ରେ ଯୋଗଦେବାକୁ ନିମନ୍ତ୍ରଣ କରି ମଞ୍ଚରେ ଉପରେ ବସିବାକୁ ଦିଆ ଯାଇ ନ ଥିଲା ଶେଷରେ ଜଗନ୍ନାଥ ସାହୁ ବାଧ୍ୟ ହୋଇ ମିଡ଼ିଆ ଗ୍ୟାଲେରୀ ରେ ବସି ଥିଲେ l ଏହାକୁ ନେ଼ଇ ବିଜେପି ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା ଏନେଇ ବିଜେପି ଦଳର ଏକ ପ୍ରତିନିଧି ଦଳ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହିଭଳି ଅଘଟଣ କୁ ନେଇ ଉପ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିଥିଲେ ଭବିଷ୍ୟତ ରେ ଏହାର ପୁନରାବୃତ୍ତି ନ ଘଟିବା ପାଇଁ ଯତ୍ନବାନ ହେବେ ବୋଲି କହିଥିଲେ l ଉପ ଜିଲ୍ଲାପାଳ ରୀନା କୁମାରୀ ପ୍ରଧାନ ଉପ ଖଣ୍ଡ କ୍ରୀଡ଼ା ସଙ୍ଘ ର କର୍ମକର୍ତ୍ତା ଙ୍କ ସହିତ ଆଲୋଚନା ପରେ ସଙ୍ଘ କିଭଳି ଶୃଙ୍ଖଳିତ ଭାବେ ପରିଚାଳିତ ହୋଇପାରିବ ସେ ନେଇ ପଦକ୍ଷେପ ନେବେ ବୋଲି କହିଥିଲେ l

What's Your Reaction?

like

dislike

love

funny

angry

sad

wow