ଚିକିତ୍ସlଧିନ ଅବସ୍ଥା ରେ ବେଲଘର ହାତୀ ମୃତ, ପ୍ରେସମିଟ ମାଧ୍ୟମ ରେ ସୁଚନା ଦେଲେ ବାଲିଗୁଡା ଡି. ଏଫ୍.ଓ ଘନଶ୍ୟାମ ମହନ୍ତ
ବାଲିଗୁଡା :ଲୋକ ଆବାଜ. ଇନ (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ )
ଚିକିତ୍ସାଧୀନ ଅବସ୍ଥାରେ ହାତୀ ମୃତ, କନ୍ଧମାଳ ଜିଲ୍ଲା ବେଲଘର ରେଞ୍ଜ ଝିରିପାଣି ଜଙ୍ଗଲ ରେ ଗତ 7 ତାରିଖ ରୁ କଳାହାଣ୍ଡି ଜିଲ୍ଲା ରେ ଟ୍ରl ଙ୍କୁଲାଇଜ ହୋଇ ଥିବା ହାତୀ 15 ତାରିଖ ଦିନ କନ୍ଧମାଳ ଜିଲ୍ଲାକୁ ପଳାଇ ଆସି କ୍ଷତାକ୍ତ ଅବସ୍ଥାରେ ଘୁରି ବୁଲୁଥିଲା ବନ ବିଭାଗ ପକ୍ଷରୁ ଟ୍ରା ଙ୍କୁଲାଇଜ କରାଯାଇ ପ୍ରାଣୀ ଚିକିତ୍ସକ ଙ୍କ ଦ୍ବାରା ଚିକିତ୍ସା କରାଯାଉ ଥିଲା, ହାତୀ ର ବୟସ ପାଖା ପାଖି 8 ରୁ 10 ବର୍ଷ ହେବ ବୋଲି ଡି ଏଫ୍ ଓ କହିଛନ୍ତି , ହାତୀ ର ପାଟିରେ ଗଭୀର କ୍ଷତ ହୋଇ ଥିବାରୁ ହାତୀ ଖାଦ୍ୟ ଓ ପାଣି ଗ୍ରହଣ କରି ପାରୁ ନ ଥିଲା, ତିନି ଦିନ ଚିକିତ୍ସା ପରେ ଗତ 17 ତାରିଖ ରେ ହାତୀ ର ମୃତ୍ୟୁ ହୋଇ ଥିବା ବେଳେ ଗତକାଲି ହାତୀ ର ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରା ଯାଉଛି, ବେଲଘର ରେ ବର୍ତ୍ତମାନ୍ ସମୁଦାୟ 42 ଟି ହାତୀ ଅଛନ୍ତି, ହାତୀ ର ସୁରକ୍ଷା ପାଇଁ ବନ ଵିଭାଗ କାମ କରୁଛି, ହାତୀ ର ସୁରକ୍ଷା ଓ ଗ୍ରାମବାସୀ ଙ୍କ ସୁରକ୍ଷା ସହିତ ବିଭିନ୍ନ ସମୟରେ ସଭା ସମିତି ପୋଷ୍ଟର, ଲିଫ ଲେଟ୍ ବଣ୍ଟନ ଓ ପଥାପ୍ରନ୍ତ ନାଟକ ମାଧ୍ୟମ ରେ ସଚେତନ କରୁଛି ବନ ବିଭାଗ
What's Your Reaction?