ବାଲିଗୁଡ଼ରେ ନିମ୍ନ ମାନର ମିଲକ ମୁଁ କମ୍ପାନୀ ର କ୍ଷୀର, ଦହି ଓ ପନିର ବିକ୍ରୀ ଅଭିଯୋଗ

Oct 16, 2024 - 11:07
Oct 16, 2024 - 11:24
 0  131
ବାଲିଗୁଡ଼ରେ  ନିମ୍ନ ମାନର ମିଲକ ମୁଁ କମ୍ପାନୀ ର କ୍ଷୀର, ଦହି ଓ ପନିର ବିକ୍ରୀ ଅଭିଯୋଗ

କନ୍ଧମାଳ : ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବଜାର ରେ ନିମ୍ନ ମାନର କ୍ଷୀର, ଦହି, ପନିର ବିକ୍ରି ହେଉଥିବା ଅଭିଯୋଗ ହେଉଛି l ମିଲକ ମୁଁ କମ୍ପାନୀ ଦ୍ୱାରା ପ୍ରସ୍ତୁତ କ୍ଷୀର, ଦହି, ପନିର ରୁ ଦୁର୍ଗନ୍ଧ ବାହାରିବା ସହିତ ଏହାକୁ ଖାଇଲେ ପିଲାଙ୍କ ପେଟ କାଟୁଛି ଓ ସ୍ୱାସ୍ଥ୍ୟ ଖରାପ ହେଉଛି l ଏହି ଅଭିଯୋଗ ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୋପସ୍ଥିତ ମିଲକ ମୁଁ କମ୍ପାନୀ ରେ ପହଞ୍ଚି ତଦାରଖ କରିଥିଲେ ଏବଂ ଏହାର ମାନ ପରୀକ୍ଷଣ ପାଇଁ ସାମ୍ପୁଲ ନେଇ ଯାଇଥିଲେ ଏବଂ ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି lସୂଚନାଯୋଗ୍ୟ ଯେ ବାଲିଗୁଡା ନୂଆସାହି ର ସୂର୍ଯ୍ୟକାନ୍ତ ନାୟକ ମିଲକ ମୁଁ କମ୍ପାନୀ ର ପନିର ବାଲିଗୁଡା ବସଷ୍ଟାଣ୍ଡ ରୁ କିଣିଥିଲେ , ସେଥିରୁ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି l ଜନ ସାଧାରଣ ଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଖାଉଟି ଓ ଯୋଗାଣ ନିରୀକ୍ଷଣ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରେ ଦାବୀ ହୋଇଛି l

What's Your Reaction?

like

dislike

love

funny

angry

sad

wow