ନୂଆଁଖାଇ ଅବସର ରେ ସ୍ଵଚ୍ଛତା ଶିବିର ଅନୁଷ୍ଠିତ

Sep 1, 2024 - 14:57
 0  31
ନୂଆଁଖାଇ ଅବସର ରେ ସ୍ଵଚ୍ଛତା ଶିବିର ଅନୁଷ୍ଠିତ

ସୋନପୁର: ଲୋକ୍ ଆବାଜ୍ .ଇନ୍( ମନୋରଞ୍ଜନ ତ୍ରିପାଠୀ)
ମହା ଗଣ ପର୍ବ ନୂଆଁଖାଇ ଉପଲକ୍ଷେ ଆଜି ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସୋନପୁର ସମଲେଇ ମା ଙ୍କ ମନ୍ଦିରରେ ପଲିଥିନ ମୁକ୍ତ ଓ ସଫେଇ ଅଭିଯାନ ଅନୁଷ୍ଟିତ ହୋଇଯାଇଛି l ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ଅଶୋକ ହୋତା, ଗରିବ ଲୋଇ  ଓ କୃଷ୍ଣ ଚନ୍ଦ୍ର ବିଶି ଙ୍କ ସୁସ୍ଥ ଜୀବନ , ଆରୋଗ୍ୟ କାମନା ଓ ଜଗତ କଲ୍ୟାଣ ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ସହ ସାମୁହିକ ପ୍ରାର୍ଥନା କରଯାଇଥିଲା l ପତଞ୍ଜଲି ଯୋଗ ସମିତି, ସୋନପୁର କଲେଜ୍ ଏନ୍ ସି ସି, ପୌର ପରିଷଦ ଓ ବିଭିନ୍ନ ଅନୁଷ୍ଠାନ ର ମିଳିତ ସହଯୋଗ ରେ ଆସନ୍ତା ଶନିବାର ଦିନ ସୋନପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ନୂଆଁଖାଇ ପର୍ବ ପlଇଁ ସାମୁହିକ ଭାବେ ସ୍ଵତନ୍ତ୍ର ସଫେଇ  ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିବା ବିଷୟ ଆଜି ର ଶିବିର ରେ ଅନୁଷ୍ଠାନ ର ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ ଓ କୋଡ଼ିନେତର ମନୋରଞ୍ଜନ ତ୍ରୀପାଠୀ ପ୍ରକାଶ କରିଛନ୍ତି l ଆଜିର ର ଶିବିର ରେ କଳା କାହୁଁ ଦାଶ,  ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ଜେନା, ଡ଼ା ସରୋଜ ପଟେଲ, ଲଡୁ କିଶୋର ମଲ୍ଲିକ, ପ୍ରତାପ ଦାଶ, ନାରାୟଣ ରଥ, ଦିଲ୍ଲିପ ଭୁକ୍ତା, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ସଂଗୀତା ନାଏକ, ଅଗ୍ନିଶମ ବିଭାଗ କର୍ମଚାରୀ ଶ୍ରୀ ବର୍ଗୀ ଙ୍କ ସମେତ ଅନେକ ସଦସ୍ୟ  ଯୋଗ ଦେଇ ଥିଲେ l

What's Your Reaction?

like

dislike

love

funny

angry

sad

wow