ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Jul 12, 2025 - 22:09
 0  22

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଭାରତୀୟ ସଂସ୍କୃତି ଏକ ମହାନ ସଂସ୍କୃତି, ଗୁରୁ ଙ୍କୁ ପୁଜା ଆରାଧନା କରିବା ପରମ୍ପରା ଆଦି ଅନାଦି କାଳରୁ ରହି ଆସିଛି l ମହର୍ଷି ବ୍ୟାସ ପୂର୍ଣ୍ଣମୀ ଅବସର ରେ ବାଲିଗୁଡା ନଗର ବିଜେପି ପକ୍ଷରୁ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇ ଯାଇଛି l ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ଙ୍କ ନେତୃତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ପୁରୋହିତ ବିରୁପାକ୍ଷ ଦାସ, ସମାଜସେବୀ ଆକୁଳି ପଣ୍ଡା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶିଶିର ମହାପାତ୍ର, କ୍ରୀଡା ଶିକ୍ଷକ ତୀର୍ଥବାସୀ ଘଡେ଼ଇ, ନାଟକ ନିର୍ଦ୍ଦେଶକ ତଥା ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ର, ଆଦିବାସୀ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ଙ୍କୁ ପୂଜାର୍ଚ୍ଚନା କରାଯାଇ ଥିଲା l ଜିଲ୍ଲା ସଭାପତି ପଣ୍ଡିତ ବିଶିମlଝୀ ସମସ୍ତ ଗୁରୁ ଙ୍କ ପାଦ ଧୋଇ ପୁଜା କରିବା ସହିତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ l ଆମନ୍ତ୍ରିତ ଗୁରୁମାନେ ଭାରତୀୟ ସଂସ୍କୃତି ରେ ଗୁରୁ ଙ୍କ ଭୂମିକା ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, ବରିଷ୍ଠ ବିଜେପି ନେତା ଦିଗମ୍ବର ପାଣିଗ୍ରାହୀ ଗୁରୁରାମ ପାତ୍ର ଦେବେନ୍ଦ୍ର କୁଦେଇ ପୂର୍ବତନ ନଗର ସଭାପତି ଦିବାକର ସାହୁ, ନଗର ସଭାପତି ମନୋଜ କୁମାର ରଥ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow