ଶ୍ରୀ ଜଗନ୍ନାଥ ମହୋତ୍ସବ ର ପଞ୍ଚମ ଦିନ :

ଶ୍ରୀ ଜଗନ୍ନାଥ ମହୋତ୍ସବ ର ପଞ୍ଚମ ଦିବସ : ଶାଶ୍ଵତ ତ୍ରୀପାଠୀ ଙ୍କ ଭକ୍ତି ସଂଗୀତ ରେ ଦର୍ଶକ ମନ୍ତ୍ର ମୁଗ୍ଧ*-
ସୋନପୁର: ଲୋକ୍ ଆଵାଜ୍.ଇନ୍( ମନୋରଞ୍ଜନ ତ୍ରିପାଠୀ)
ପୂର୍ବବତ ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅତୀବ ସୁନ୍ଦର ଭାବେ ସଂଘଟିତ ହୋଇଚାଲିଛି l ଆଜି ରବିବାର ପଡ଼ିଥିବାରୁ ପୂର୍ବାହ୍ନରୁ ମହୋତ୍ସବ ପରିସର ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି । ସନ୍ଧ୍ୟାର ଆଳତୀ ସମାରୋହରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି l
ଶଙ୍ଖ ହରିବୋଲ ହୁଳ ହୁଳି ରେ କମ୍ପୁଛି ମୋହତ୍ସବ ପଡ଼ିଆ l ମେଳା ପରିସରରେ ପୁରୀ ମହାସୁଆରଙ୍କ ପ୍ରସ୍ତୁତ ଖଜା,ମହାପ୍ରସାଦ ଅଭଡ଼ା ଓ ଟଙ୍କ ତୋରାଣି ଷ୍ଟଲ୍ ରେ ଜମୁଛି ଭିଡ଼ l ମହୋତ୍ସବ ତଥା ମେଳାକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଅନ୍ନଯଜ୍ଞର ଆନନ୍ଦ ବଜାରରେ ଉଭୟ ଦିନ ଓ ରାତିବେଳା ମାଗଣାରେ ପ୍ରସାଦ ସେବନ କରୁଛନ୍ତି l ଆଜି ସଂନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାଶ୍ଵତ ତ୍ରୀପାଠୀ ଓ ସାଥୀ କଳାକାର ଙ୍କ ଦ୍ବାରା ସୂ ମଧୁର ଭଜନ ସଂଗୀତ ପରିବେଷଣ ଦର୍ଶକ ଙ୍କୁ ମୁଗ୍ଧ କରିଛି l ସୁବର୍ଣ୍ଣ ମହୋତ୍ସବ ରେ ମନୋରଞ୍ଜନ ମିଳିଥାଏ ସତ କିନ୍ତୁ ଏ ମହୋତ୍ସବ ରେ ଶ୍ରୀ ଜଗନ୍ନାଥ ଙ୍କ ବିଭିନ୍ନ ବେଶ ଦର୍ଶନ ରେ ଆମ ଜୀବନ ଧନ୍ୟ ହୋଇଛି ବୋଲି ଆଜି କିଛି ମହିଳା ପ୍ରକାଶ କରିଛନ୍ତି l ଆସନ୍ତା ୨୫ତାରିଖ ମଙ୍ଗଳବାର ମଧ୍ୟାହ୍ନରେ ମହୋତ୍ସବର ପୁନଃଶ୍ଚରଣ ବା ସମାପନ ହେବାକୁ ଥିବାବେଳେ ପାଗ ଓ ପରିବେଶ ଅନୁକୂଳ ଥିବାରୁ ଆସନ୍ତାକାଲି ଅସମ୍ଭାଳ ଭିଡ଼ ହେବ ବୋଲି ମହୋତ୍ସବ କମିଟି ରୁ ସୂଚନା ମିଳିଛି l ଜନ ସମାଗମକୁ ଦୃଷ୍ଟିରେ ରଖି ମହୋତ୍ସବ ପରିସରରେ ପାନୀୟ ଜଳ,ପ୍ରସାଦ,ପରିଷ୍କାର ପରିଚ୍ଛନ୍ନତା ଏବଂ ଆଇନ ଶୃଙ୍ଖଳା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି l
What's Your Reaction?






