ବାଲିଗୁଡା ବ୍ଲକ ସରକାରୀ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟ ବଡ଼ଗାଁ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ ଉଦଯାପିତ

ବାଲିଗୁଡା : ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ - ୨୦୨୪ ବଡ଼ଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଗୋବିନ୍ଦ ପ୍ରଧାନ ଯୋଗଦେଇଥିବାବେଳେ ସମ୍ମାନନୀତ ଅତିଥି ଭାବେ ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟନାୟକ ସାଂସଦ ପ୍ରତିନିଧି ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିଗୁଡା, ରଞ୍ଜିତ କୁମାର ସାହୁ ସାଂସଦ ପ୍ରତିନିଧି ବାଲିଗୁଡା ବ୍ଲକ, ଅଜୟ ଦିଗାଲ କାଉନସିଲର ୱାର୍ଡ ନଂ ୧ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଯୋଗଦେଇ ଶୁଭାରମ୍ଭ କରିଥିଲେ, କାର୍ଯ୍ୟକ୍ରମ କୁ ଆବାହକ ତଥା ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁମାଝି ପଡ୍ରା ପରିଚାଳନା କରିଥିଲେ। ଉକ୍ତ ବ୍ଳକର ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ୧୩ ଟି ବିଭିନ୍ନ ବିଭାଗ ର ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ସମସ୍ତ ପ୍ରତିଯୋଗିତାକୁ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପରିଚାଳନା କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ କୃତି ପ୍ରତିଯୋଗୀଙ୍କୁ ଚୟନ କରା ଯାଇଥିଲା। ଅପରାହ୍ନ ଦ୍ଵିତୀୟ ଅଧିବେଶନରେ ସର୍ଗିଫୁଲ ମହୋତ୍ସବର ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃପାସିନ୍ଧୁ ବେହେରା ପ୍ରକଳ୍ପ ପ୍ରଶାସକ ବାଲିଗୁଡା ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ଉମେଶ ଚନ୍ଦ୍ର ପ୍ରଧାନ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବାଲିଗୁଡା, ମହେଶ୍ୱର ମାଝୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଲିଗୁଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ତୀର୍ଥବାସୀ ଘଡେଇ ମଞ୍ଚ ସଂଯୋଜନା କରିଥିଲେ।
What's Your Reaction?






