ବେଲଘର ହାତୀ ମୁତ୍ୟୁ ଘଟଣା ରେ ପୁଣି ଚାରି ଶିକାରୀ ଗିରଫ, ତିନି ଦେଶୀ ବନ୍ଧୁକ, ଧନୁ, ତୀର, ବର୍ଚ୍ଛା, ଶିଙ୍ଗ ଚମଡା, ତାର ସହ ଦୁଇ ମାକ୍ସପିକ ଅପ୍ ଗାଡ଼ି ଜବତ
ବାଲିଗୁଡା:ଲୋକ ଆବାଜ., ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣା ରେ ବନ ବିଭାଗ ର କାର୍ଯାନୁଷ୍ଠାନ ପୁଣି ଆଉ ଚାରି ଜଣକୁ ଗିରଫ କରିଛି ବନ ବିଭାଗ, ହାତୀ ମୃତ୍ୟୁ ପରେ ହାତୀର ମୃତ ଶରୀର କୁ ଲୁଚାଇବାକୁ ନିଲମ୍ବିତ ରେଞ୍ଜର ବିନୟ ବିଶି ହାତୀର ମୃତ ଶରୀର କୁ ଲୁଚାଇବା କୁ ବ୍ୟବହାର କରିଥିବା ଦୁଇଟି ମାକ୍ସ ପିକାପ୍ ଗାଡ଼ି କୁ ମଧ୍ଯ ଜବତ କରିବାରେ ସଫଳ ହୋଇଛି, ହାତୀ ମୃତ ଘଟଣା ରେ ସଂଶ୍ଳିଷ୍ଟ ଥିବା ଝିରିପାଣି ଗାଁ ର ଦୁଇ ଶିକାରୀ ଥବିର୍ ପାତ୍ର ଓ ସିକସନ୍ ପାତ୍ର ଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ତିନୋଟି ଦେଶୀ ବନ୍ଧୁକ, ଶିକାର କାମ ରେ ବ୍ୟବହୃତ ତାର, ବିପୁଳ ପରିମାଣ ରେ ବନ୍ୟ ଜନ୍ତୁ ର ଶିଙ୍ଗ, ହାଡ, ଚମଡା ଦାନ୍ତ କୁ ଜବତ କରିଛି ବନ ବିଭାଗ, ନିଲମ୍ୱିତ ଡେପୁଟି ରେଞ୍ଜର ବିନୟ କୁମାର ବିଶି ଙ୍କୁ ସହିତହାତୀର ମୃତ ଶରୀର କୁ ଲୁଚାଇବାରେ ସହଯୋଗ କରିଥିବା କେସିଙ୍ଗା ର ଦୁଇ ଡ୍ରାଇଭର ଅଲେଖ ହିଆଲ୍ ଏବଂ ଦୁଷ୍ମନ୍ତ ପୋଢ଼କୁ ମଧ୍ଯ ଗିରଫ କରି କୋର୍ଟ ଚାଲାଣ କରାଯାଇଛି, ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ପାଞ୍ଚ ତାରିଖ ଦିନ ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା କୁ ଚପାଇବା କୁ ପ୍ରଥମେ କାଡାପାନା ନର୍ସରୀ ରେ ପୋତା ଯାଇ ଥିଲା ଓ ପରେ ହାତୀର ମୃତ ଦେହକୁ 32 ଖଣ୍ଡା କରି କାଟି ପଡୋଶୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ତହସିର କେନାଲ ନିକଟ ରେ ପୋତା ଯାଇଥିଲା l
ଏହି ଘଟଣା ରେ ପ ଡେପୁଟି ରେଞ୍ଜର ବିନୟ କୁମାର ବିଶି ନିଲମ୍ୱିତ ହୋଇଥିବା ବେଳେ ବିନୟ ଙ୍କ ଡ୍ରାଇଭର ହୃଷୀକେଶ ପଣ୍ଡା ଗିରଫ ହୋଇଥିଲେ, ହାତୀ ମୃତ୍ୟୁ ଘଟଣା କୁ ଚପାଈବାକୁ ତଦନ୍ତକାରୀ ଅଫିସର ଏସି ଏଫ୍ ଓ ବନ ବିଭାଗ କୁ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ ରେ ନିଲମ୍ବିତ ହୋଇଛନ୍ତି ଏହି ଘଟଣା ରେ ଆଉ ଚାରି ଗିରଫ ହୋଇଥିବା ବେଳେ ବର୍ତ୍ତମାନସୁଦ୍ଧା ନିଲମ୍ୱିତ ଡେପୁଟି ରେଞ୍ଜର ବିନୟ କୁମାର ବିଶି ଫେରାର ଥିବା ଜଣା ପଡିଛି
What's Your Reaction?