ବାଲିଯୋରୀଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନମହୋତ୍ସବ କାର୍ଯ୍ୟକ୍ରମଅନୁଷ୍ଠିତ

Aug 24, 2025 - 09:14
 0  21
ବାଲିଯୋରୀଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନମହୋତ୍ସବ କାର୍ଯ୍ୟକ୍ରମଅନୁଷ୍ଠିତ

କଣ୍ଟାମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଋଣ୍ଡିମହୁଲ ପଂଚାୟତ ଅନ୍ତର୍ଗତ ବାଲିଯୋରୀଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଧବ ମହାଲିକ ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଅଧିକାରୀ ଅଶୋଭ ରଞ୍ଜନ ମାଲି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମଣି ପଣ୍ଡା, ସ୍ଥାନୀୟ ଫରେଷ୍ଟର ବୁଲି ବେହେରା,ସରପଞ୍ଚ ପଞ୍ଚାନନ ସାହୁ,ସିଆରସିସି ହୃଦାନନ୍ଦ ଦନ୍ତା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶ୍ୱିନୀ କୁମାର ବିଶ୍ୱାଳ,ବନରକ୍ଷୀ ଜ୍ୟୋତି ରଞ୍ଜନ ବାରିକ, ସାମ୍ବାଦିକ ଦେବାଶିଷ ମଲିକ ରଞ୍ଜନ ପାତ୍ର ଯୋଗଦେଇ ବୃକ୍ଷ ରୋପଣ ର ଉପକାରିତା ବିଷୟରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ |ଏହି ଅବସରରେ ବିଦ୍ୟାଳୟ ର କୃତୀ ଛାତ୍ରଛାତ୍ରୀ ସ୍ନେହଲତା ମହାକୁଡ଼,ଯଶୋବନ୍ତ କଅଁର,ପୁନମ ନନ୍ଦ, ସରସ୍ବତୀ ପ୍ରଧାନ, ସୁଚସ୍ମିତା ବଘାର,ପ୍ରିୟାଂଶୁ ଶେଖର ମହାକୁଡ଼,ସ୍ମିଥ ଶ୍ରେଅଂଶୀ ସ୍ୱାଇଁ, ଙ୍କୁ ଓ ବିଦ୍ୟାଳୟ ରେ ଅନୁଷ୍ଠିତ ପ୍ରବନ୍ଧ, ଚିତ୍ରାଙ୍କନ, ଗଳ୍ପ କଥନ, ଗଣିତ ଓ ବିଜ୍ଞାନ କ୍ଲବ ଓ ସଂଗୀତ ପ୍ରତିଯୋଗିତା ରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ଗୌତମ, ଅନିମେଷ, ସରସ୍ବତୀ,ପ୍ରିତମ, ଇପ୍ସିତ,ଶୁଭମ, ପ୍ରୀତି,ରୁଦ୍ର ପ୍ରସାଦ, ପ୍ରିୟା,ଜିଜ୍ଞ୍ୟାଶା,ସମୀକ୍ଷା ଓ ପ୍ରତ୍ୟୁଷ ଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା |କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ଶିକ୍ଷକ ନରେନ୍ଦ୍ର ମହାଲିକ, ସମ୍ବିତ ପ୍ରଧାନ, ସୁରେଶ ନାଏକ, ଶକୁନ୍ତଳା ପ୍ରଧାନ ସହଯୋଗ କରିଥିଲେ |ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା |

What's Your Reaction?

like

dislike

love

funny

angry

sad

wow