ବିଜେଡି ପାଇଁ ଝଟକା... ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ଙ୍କ ଇସ୍ତଫା

Sep 11, 2024 - 10:24
 0  165
ବିଜେଡି ପାଇଁ ଝଟକା...  ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ  ଙ୍କ ଇସ୍ତଫା

କଳାହାଣ୍ଡି ଜିଲ୍ଲା ବିଜେଡି ଶିବିରରେ ଦେଖା ଦେଇଛି ଇସ୍ତଫାର ସୁଅ l ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳ ଓ ପଦବୀ ରୁ ଇସ୍ତଫା ଦେଇ ବିଜେପି ରେ ସାମିଲ ହେବା ପରେ ବିଭିନ୍ନ ବ୍ଲକର ବିଶେଷ କରି ଯୁବନେତା ମାନେ ଇସ୍ତଫା ଦେବା ଆରମ୍ଭ କଲେଣି l

ବୁଧବାର ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ନନ୍ଦି କିଶୋର ଭୋଇ ବିଜେଡି ଦଳ ରୁ ଜିଲ୍ଲା ସମ୍ପାଦକ ପଦବୀ ଓ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଇଥିବା ଜଣାପଡିଛି।ନନ୍ଦି ଭୋଇ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ କନ୍ଧ ସମାଜ ର ବ୍ଳକ ସଭାପତି, ସେ ଦଳ ଛାଡିବା କୁ ବାଧ୍ୟ ହେଲେ,କାରଣ ତାଙ୍କୁ ଦଳ ଅଣଦେଖା କରୁଥିଲା ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।ଦଳ ଛାଡିବା ପରେ ବିଜେଡି ପାଇଁ ଝଟକା ସୃଷ୍ଟି ହୋଇଛି। ସେ ଦୀର୍ଘ ଦିନ ଧରି ବିଜେଡି ର ସକ୍ରିୟ ସଭ୍ୟ ଭାବେ ସଂଘଠନ କୁ ମଜବୁତ କରିବା ନେଇ ସବୁବେଳେ ଉଦ୍ୟମ ଜାରି ରଖିଥିଲେ।ସେ ତାଙ୍କ ଇସ୍ତଫା ପତ୍ର ଜିଲ୍ଲା ଯୁବ ବିଜେଡି ସଭାପତି ଙ୍କ ନିକଟକୁ ପଠେଇଥିବା କହିଛନ୍ତି

What's Your Reaction?

like

dislike

love

funny

angry

sad

wow