ବିଡି ବୋଝେଇ ଗାଡି ଉପରେ ପଡିଲା ଜି ଏସ ଟି ଛାଟ

May 28, 2025 - 19:50
 0  56
ବିଡି ବୋଝେଇ ଗାଡି ଉପରେ ପଡିଲା ଜି ଏସ ଟି ଛାଟ

କଳାହାଣ୍ଡି:ଲୋକ୍ ଆବାଜ୍‌.ଇନ୍‌(ବ୍ୟୁରୋ)

ଆଜି ସମ୍ବଲପୁର ରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ କୁ ଯାଉଥିବା ଏକ ବିଡି ବୋଝଇ ପିକଅପ ଭ୍ୟାନ କୁ ରିଷିଡା ପୋଲିସ ଓ ସେଲଟେକ୍ସ ପକ୍ଷରୁ ଚଢ଼ାଉ କରି ଜି ଏସ ଟି ଆଦୟାକରିଥିବା ଜଣାଯାଇଛି l ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକା ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ପିକଅପ ଭ୍ୟାନ (ଓଡି -୧୫ -୮୬୧୧) କୁ ସନ୍ଦେହ କରି ଅଟକାଇ ଥିଲେ ଗାଡ଼ିରେ ୭ ବସ୍ତା ବିଡି ଥିବା ଜାଣି ସେ ସେଲଟେକ୍ସ ବିଭାଗକୁ ଖବର ଦେଇଥିଲେ ଖବର ପାଇ ଜିଲ୍ଲା ବାଣିଜ୍ୟକର ଯୁଗ୍ମଆୟୁକ୍ତ  ସମୀର କୁମାର ମାଝୀ ଙ୍କ ନିର୍ଦେଶ କ୍ରମେ ଏନ୍ଫୋର୍ସମେଣ୍ଟ ଟିମ ଭବାନୀପାଟଣା ରୁ ଆସି ତଦନ୍ତକରିଥିଲେ ଓ ଗାଡିର ଦ୍ରବ୍ୟ ଉପରେ ୫୬ ହଜାର ଟଙ୍କା ର ଜିଏସ ଟି ଜରିମାନା ଆଦାୟ କରିଥିଲେ l ଏହି ଟିମରେ ଜିଲ୍ଲା ର ସହକାରୀ ସେଲଟେକ୍ସ ଅଫିସର ( ଏ ଏସ.ଟି.ଓ. )ଟଙ୍କଧର ସାହୁ ଓ ସୁଧାଂଶୁ ଶେଖର ବେହେରା ସାମିଲଥିଲେ l ଏହି ଘଟଣା ପରେ ଅସାଧୁ ବ୍ୟବସାୟୀ ଓ ଜି ଏସ ଟି ଠକୁଥିବା ବ୍ୟବସାୟୀ ମହଲରେ କୋକୁଆଭୟସୃଷ୍ଟି ହେଉଛି l

What's Your Reaction?

like

dislike

love

funny

angry

sad

wow