ନୂଆପଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ l

Oct 8, 2024 - 17:56
 0  35
ନୂଆପଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ l

ନୂଆପଡ଼ା: ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)

 ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସଭାପତିତ୍ୱରେ ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ ଖୁଟବନ ଭେରା ଗ୍ରାମରେ ଗ୍ରାମ ସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି।

ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରି ଗ୍ରାମବାସୀମାନେ କାର୍ଯ୍ୟ ଅନ୍ୱେଷଣରେ ରାଜ୍ୟବାହାର କୁ ନଯିବାକୁ ଆହ୍ବାନ କରିଥିଲେ। ଅନୁଷ୍ଠିତ ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର,ଡି ଏଫ୍ ଓ ଅଜିଜ ଖାନ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଲିଡ ବ୍ୟାଙ୍କ ପ୍ରବନ୍ଧକ ସୀତାରାମ ମେହେର, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର କୁମାର ବାର୍ଲା, ଜିଲ୍ଲା କୃଷି ଅଧିକାରୀ,ସ୍ଥାନୀୟ ସରପଞ୍ଚ କଳ୍ପନା କୁଲଦୀପ ଯୋଗଦାନ କରି ସମସ୍ତଙ୍କୁ ଉଦବୋଧନ ଦେଇଥିଲେ l ଅତିଥିମାନେ କହିଲେ ଯେ ନିଜ ଗ୍ରାମରେ ବିଭିନ୍ନ ସରକାରୀ କାର୍ଯ୍ୟ ନିର୍ବାହୀ ସଂସ୍ଥା ଦ୍ଵାରା ବର୍ତ୍ତମାନ ପ୍ରଚୁର କର୍ମ ଯୋଗାଣ ହୋଇପାରୁଛି ତେଣୁ ସମସ୍ତେ ଏହାର ସୁଯୋଗ ନିଅନ୍ତୁ l ଏଲ ଡ଼ି ଏମ ସିତାରାମ ମେହେର ବିଭିନ୍ନ ବ୍ୟାଙ୍କ ସହ ସଂଯୋଗ ସ୍ଥାପନ କରି ଆତ୍ମ ନିର୍ଭରଶୀଳ ଏବଂ ସ୍ବାବଲମ୍ବୀ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଠାରେ ବି ଡି ଓ ଶରତ ଭୋଇ, ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ,ଜ଼ିଲ୍ଲାପରିଷଦ ସଦସ୍ୟ ଭାନୁପ୍ରତାପ ସିଂ ମାଝୀ, ସମିତି ସଭ୍ୟ ତାତୁରାମ ପାଣ୍ଡେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଥିଲେ lସରକାରଙ୍କ ପ୍ରଦତ୍ତ ବିଭିନ୍ନ ସୁବିଧା ସୁଯୋଗ ଉପରେ ଶ୍ରମିକମାନଙ୍କୁ ଅବଗତ କରାଇ ଜିଲ୍ଲାପାଳ କହିଲେ କି ଟିକିଏ ସଚେତନ ହେଲେ ଶ୍ରମିକମାନେ ନିଜ ନିଜ ଗ୍ରାମରେ ସମସ୍ତେ ସରକାରୀ ଶ୍ରମଭିତ୍ତିକ କାମ ପାଇ ପାରିବେ ।ଏହା ସହ ବ୍ୟାଙ୍କସହାୟତାରେ ଜଣେ କୁଟୀର ଶିଳ୍ପ ସୃଷ୍ଟି କରି ନିଜେ ଉପକୃତ ହେବାସହ ଅନ୍ୟ ମାନଙ୍କୁ ମଧ୍ୟ କାମ ଯୋଗାଇ ଦେଇ ପାରିବ l ଏମିତିହେଲେ ପ୍ରବାସୀ ଶ୍ରମିକ ସମସ୍ୟାର ସମାଧାନ ହେବ ଏବଂ ସମସ୍ତେ ଖୁସିରେ ନିଜ ନିଜ ଘରେ ରହି କାମ ଧନ୍ଦା କରିପାରିବେ ବୋଲି ଜିଲ୍ଲା ପାଳ ଆଶା ପୋଷଣ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow