ଅଦିନିଆ ଲଘୁଚାପ ବର୍ଷା:ଚାଷୀକୂଳ ହନ୍ତସନ୍ତ

କଳାହାଣ୍ଡି:ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଂଚଳରେ ଅଦିନିଆ ଲଘୁଚାପ ବର୍ଷା ଫଳରେ ଚାଷୀ କୂଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ବର୍ତ୍ତମାନ ରବି ଧାନ ଅମଳ ସମୟ ହେଇଥିବା ବେଳେ ପ୍ରାୟ ଷାଠିଏ ପ୍ରତିଶତ ଚାଷୀଙ୍କ ପାଚିଲା ଧାନ ଏବେ ବିଲରେ । ବର୍ଷା ମାଡ଼ ଖାଇ ଧାନ ସବୁ ତଳେ ପଡ଼ି ଯାଇଛି । ଏବଂ ଯୋଉ ଚାଳିଶ ପ୍ରତିଶତ ଚାଷୀ ଧାନ କାଟି ସାରିଛନ୍ତି,ତାକୁ ମଧ୍ୟ ଖଳାରେ ରଖିଥିବା ବେଳେ ଧାନ ଗଜା ହେବାକୁ ବସିଲାଣି । ଅଦିନିଆ ଲଘୁଚାପ ସହିତ ଆଗୁଆ ମୌସୁମୀର ଆଗମନ ଫଳରେ ଆଗକୁ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି,ଯାହା ଫଳରେ ଆଶା ଆଶଙ୍କାରେ ରହିଛନ୍ତି ଚାଷୀ । ମ.ରାମପୁର ବ୍ଲକର ମୋହନଗିରୀ,ମଦନପୁର ଅଂଚଳ,ଟୁର୍ଚ୍ଚି, ପଣ୍ଡକାମାଲ ,ଗୋଚ୍ଚାଡ଼େଙ୍ଗେନ ,ଆମ୍ବଗାଁ,ବୁରାଟ, ଝାଲିଆଗୋଭା, ଡ଼ଙ୍ଗାବାହାଲ,ଧଅଁରାମାଲ ଭଳି ଅନେକ ଅଂଚଳରେ ଏବେ ଚାଷୀର ଏଇ ସମାନ ଅବସ୍ଥା । ମଣ୍ଡି ମଧ୍ୟ ଆରମ୍ଭ ହେଇ ସାରିଥିଲେ ହେଁ ଚାଷୀ ନା ଧାନ ଅମଳ କରି ପାରୁଛି,ନା ଧାନକୁ ମଣ୍ଡିରେ ନେଇ ବିକ୍ରିୀ କରି ପାରୁଛି । ଚାଷୀ ଜୟ ପ୍ରକାଶ ମହାଖୁଡ଼, ସୂର୍ଯ୍ୟସେନ ମହାଖୁଡ଼, ସଞ୍ଜିବ ମହାଖୁଡ଼, ପ୍ରତାପ ମହାଖୁଡ଼, ସୁରେଶ ବିଶି, ଦିଲୀପ ମାହାର,ବିରଞ୍ଚି ରାଉତ ପ୍ରମୁଖ ଙ୍କ ସମେତ ପ୍ରାୟ ସବୁ ଅଂଚଳର ଚାଷୀଙ୍କ ମୁଣ୍ଡରେ ଏବେ ଘୋର ଚିନ୍ତା । ତେଣୁ କୃଷି ବିଭାଗ ତୁରନ୍ତ ଏଇ ସବୁ ଅଂଚଳର ଚାଷ କ୍ଷୟକ୍ଷତି ଆକଳନ କରିବା ସହିତ କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି ।
What's Your Reaction?






