ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୋଭାରମ୍ଭ

କଳାହାଣ୍ଡି:ଲୋକ ଆବାଜ. ଇନ ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରାଜ୍ୟ ସରକାର ଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୋଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବ୍ଲକ ର ତେରେସିଙ୍ଗା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ରିଂଜା,ସ. ମାଲପଡା, ରାଜପୁପ,କର୍ଲାମୁଣ୍ଡା,ତେରେସିଙ୍ଗା ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।ଏଥିରେ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା,କଳାହାଣ୍ଡି ସାଂସଦ ଙ୍କ ପକ୍ଷରୁ ସଞ୍ଜୟ ଜୈନ,ସ.ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ,ତେରେସିଙ୍ଗା ସରପଞ୍ଚ ପ୍ରମୋଦ କୁମାର ସୁନା,ଡାକ୍ତର ମଧୁସ୍ମିତା ପତି, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ଦାଶ୍,ଡାକ୍ତର ଶିଖିଧ୍ଵଝ ପଟେଲ,ଆଇସିଡିଏସ ସୁପରଭାଇଜର ଉର୍ମିଳା ସାହୁ,ସାମ୍ବାଦିକ ସତ୍ୟ କୁମାର ଯୋଗ ଦେଇ ଥିଲେ।ଭିଡିଓ କନ୍ଫରେନି୍ସ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ହିତାଧିକାରୀ ମାନେ ଦେଖିଥିଲେ।
କାର୍ଯ୍ୟକ୍ରମ ଆୟୋଜନ ରେ ସ୍ୱାସ୍ଥ୍ୟ କର୍ମୀ ସୁବେନ୍ଦୁ ନାଏକ,ଶଙ୍କର ନନ୍ଦ,ରିତାଞ୍ଜଳି ଶବର,ସୀମା ଦୀପ,ବିଜୟା ମାଝି, ଆନନ୍ଦିନୀ ସାହୁ,ସିଏଚଓ ମିଲି ଛତ୍ରୀଆ,ସୁଷମା ରଣା,ଜ୍ୟୋସ୍ନା ନାଗ, ପ୍ରଭାସିନୀ ଗହୀର,ଯୋଗ ଗୁରୁ ସନତ କୁମାର ସାହୁ, ବିଜୟ ସାହୁ,ବିପିନ ବଗର୍ତ୍ତୀ, ଆନନ୍ଦିନୀ କୁମାର ତଥା ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ଠୀକ ସେହିପରି ରେଗଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରେଗଡା ସରପଞ୍ଚ ଦିପ୍ତୀ ରାଣୀ ସାହୁ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ନୋଡାଲ ଅଫିସର ଡାକ୍ତର ଆଶିଷ କୁମାର ଧରୁଆ, ରେଗଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଗୋଲକେଶ ପ୍ରସାଦ ମନ୍ତ୍ରୀ,ସାପଲହରା ପଞ୍ଚାୟତ ସରପଞ୍ଚ ରାଜେଶ୍ୱରୀ ସେନାପତି, ରେଗଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୈଳେନ୍ଦୁ ନାଏକ,ଯତୀନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ଏହି ଯୋଜନା କୁ ପ୍ରଶଂସା କରିଥିଲେ।ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ଗଣେଶ ରଣା, ସ୍ୱାସ୍ଥ୍ୟ କର୍ମୀ ପ୍ରଶାନ୍ତ ଦୀପ,ପ୍ରଶାନ୍ତ ସାହୁ,ସ୍ୱରୂପା ମାଝୀ, ଶରତ ସାହୁ,ସଂଗୀତା ପାଣିଗ୍ରାହୀ, ଲିପିକା ସାହୁ,ବିନୋଦିନି ମିଶ୍ର, ମମତା ନାଗ, ରଂଜିତା ନାଗ, ଶ୍ରାବଣୀ ସାହୁ,ପ୍ରମୋଦ ସାହୁ,ବେଦ ଶଙ୍କର ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।ବ୍ଲକ ର ରିଷିଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅଥିତି ଭାବରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ,ବିଡ଼ିଓ ଦେବେନ୍ଦ୍ର ସାମଲ, ରିଷିଡା ସରପଞ୍ଚ ସେବତୀ ରଣା, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, ସମିତି ସଭ୍ୟ ନିମାଇଁ ଚରଣ ବେହେରା, ରିଷିଡା ଡାକ୍ତର ମୁକେଶ କୁମାର ପଧାନ, ସମାଜସେବୀ ଦୟାନିଧି ସାହୁ ପ୍ରମୁଖ ଯୋଗଦେଇ ସରକାର ଙ୍କ ଏହିଯୋଜନା ଉପରେ ଆଲୋକପାତ କରିଥିଲେ l ସଭାକାର୍ଯ୍ୟ କୁ ମଧୁସୂଦନ ବାଗ ପରିଚାଳନା କରିଥିଲେ l
What's Your Reaction?






