କଣ୍ଟାମାଳ କଲେଜରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

Aug 28, 2024 - 20:38
 0  108
କଣ୍ଟାମାଳ କଲେଜରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

କଣ୍ଟାମାଳ: ଲୋକ ଆବାଜ.ଇନ୍ ( ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ କଲେଜ ର ନୂତନ ଅଧ୍ୟକ୍ଷ ଭାବରେ ଡଃ ବସନ୍ତ କୁମାର ପଟ୍ଟନାୟକ ଆଜି ଯୋଗଦାନ କରିଛନ୍ତି | ସୂଚନା ଥାଉ କି ପୂର୍ବରୁ ଅଧ୍ୟକ୍ଷା ଥିବା ପ୍ରଭାସିନୀ ଖଟୁଆଙ୍କ ଗତ ମାସ ୩୧ତାରିଖରେ ଚାକିରିରୁ ଅବସର ନେଲେ |  ୧୫ଦିନ ପରେ ଆଜି ନୂତନ ଅଧ୍ୟକ୍ଷ ଭାବରେ ଡଃ ଶ୍ରୀ ପଟ୍ଟନାୟକ ଯୋଗଦାନ କରିବା ପରେ କଲେଜରେ ଖୁସିର ମାହୋଲ ଦେଖିବାକୁ ମିଳିଛି | ଏହି ଉପଲକ୍ଷେ ଆୟୋଜିତ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଥମେ କଲେଜ ଅଧ୍ୟକ୍ଷ ଡ଼ଃ ପଟ୍ଟନାୟକ ଙ୍କୁ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଙ୍କ ସହ କଲେଜ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ | ପାଠ ପଢା ସହ କଲେଜର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ଡଃ ପଟ୍ଟନାୟକଙ୍କୁ ଢେଙ୍କାନାଳ ଜିଲ୍ଲା ଜନତା କଲେଜ୍ ସାତ ମାଇଲରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ କଲେଜକୁ ବଦଳି କରାଯାଇଛି  |

What's Your Reaction?

like

dislike

love

funny

angry

sad

wow