ବିଭିନ୍ନ ସ୍ଥାନ ରେ ଭାରତ ବନ୍ଦ୍ ର ମହପ୍ରଭାବ

Aug 21, 2024 - 17:56
 0  34
ବିଭିନ୍ନ ସ୍ଥାନ ରେ  ଭାରତ ବନ୍ଦ୍ ର ମହପ୍ରଭାବ

କଳାହାଣ୍ଡି; ଲୋକ ଆବାଜ୍ . ଇନ୍ (ବ୍ୟୁରୋ)
ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ଏସ ଟି ଓ ଏସସି ମାନଙ୍କର ଉପବର୍ଗୀକରଣ ଏବଂ କ୍ରିମିଲେୟାର ସମ୍ବନ୍ଧୀୟ ରାୟ ବିରୋଧରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଏସ୍ ଟି ଓ ଏସସି ଅଧିକାର ସୁରକ୍ଷା ମହାସଂଘ ପକ୍ଷରୁ ବନ୍ଦ ଡାକରା ସଫଳ ହୋଇଥିଲା। ଏହାର ପ୍ରଭାବ ମ.ରାମପୁରରେ ଦେଖିବାକୁ ମିଳିଥିଲା। ଫଳରେ ସମସ୍ତ ଦୋକାନବଜାର ବନ୍ଦ ହେବା ସହ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଫଳରେ ଉଭୟ ପାର୍ଶ୍ଵରେ ଗାଡି ମୋଟର ଅଟକି ରହିଥିଲା।ଏ ନେଇ ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଏସଟି ଓ ଏସସି ସୁରକ୍ଷା ମହାସଂଘ ର ସମସ୍ତ କର୍ମକର୍ତ୍ତା। ଏଥିରେ ଏସଟି ଓ ଏସସି ମିଳିତ ମହାସଂଘ ସଭାପତି ବୈଦ୍ୟନାରାୟଣ ଭୋଇ, ଉପସଭାପତି ବୃନ୍ଦାବନ ନାଗ, ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ,ଯୁଗ୍ମ ସଂପାଦକ ଇନ୍ଦ୍ରମଣି ବାଗ, କୋଷାଧ୍ୟକ୍ଷ କୈଳାଶ ମାଝୀ, ଜିଲ୍ଲା ଡମ୍ବ ସମାଜ କାର୍ଯ୍ୟକାରୀ ସଭାପତି ଅଭିରାମ ନନ୍ଦ ସମେତ ଶତାଧିକ ଆଦିବାସୀ ଓ ହରିଜନ ପୁରୁଷ ମହିଳା ଯୋଗ ଦେଇଥିଲେ।

 ଠିକ୍ ସେହପରି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସମସ୍ତ ଅଞ୍ଚଳରେ ଭାରତ ବନ୍ଦ୍ ମହା ପ୍ରଭାବ ଦେଖିବାକୁ ମିଳିଛି l ସମସ୍ତ ଶିକ୍ଷାନୁଷ୍ଟାନ, ସରକାରୀ, ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି l ବିଶେଷ ଭାବେ ଗଜବାହାଲ ଛକ, ପୁଟୀଗା ଛକ, ତେରେସିଙ୍ଗ ଛକ, ଦେଓଗାଁ ଛକ ,ରିଷିଡା କଲେଜ ଛକ ଓ ବ୍ଲକ ସଦର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଜଣାପଡିଛି।ଏସଟି/ଏସସି  କର୍ଲାମୁଣ୍ଡା ବ୍ଲକ ଅଧିକାର ସୁରକ୍ଷା ମହାସଂଘ ର କର୍ମକର୍ତ୍ତା ମାନେ ସମସ୍ତ ଛକ ମାନଙ୍କରେ ରହି ଗାଡି ମୋଟର ଯାତାୟାତ କୁ ବିରୋଧ କରିଛନ୍ତି

What's Your Reaction?

like

dislike

love

funny

angry

sad

wow