ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Dec 8, 2025 - 06:35
Dec 8, 2025 - 06:36
 0  144
ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

କର୍ଲାମୁଣ୍ଡା:(ଲୋକ ଆବାଜ. ଇନ, ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ମହାଶିବରାତ୍ରୀ ଅବସରରେ ହେବାକୁ ଥିବା ବିଶାଳ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଖଲିଆପାଲି ସ୍ଥିତ ସପ୍ନେଶ୍ୱର ମହାଦେବ ମନ୍ଦିରରେ ରବିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଚିତ୍ରସେନ ଦାଶ ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମ.ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ବୈଠକରେ କର୍ଲାମୁଣ୍ଡା, ମ.ରାମପୁର, ନର୍ଲା ଓ କେସିଙ୍ଗା ବ୍ଲକର ଜନସାଧାରଣ ଯୋଗଦେଇ ସୁଚିନ୍ତିତ ମତାମତ ଦେଇଥିଲେ। ବିଶ୍ୱର କଲ୍ୟାଣ ନିମନ୍ତେ ଆୟୋଜିତ ହେବାକୁ ଥିବା ଏହି ଯଜ୍ଞରେ ଗାୟତ୍ରୀ ମହାଯଜ୍ଞ, ଚଣ୍ଡି ମହାଯଜ୍ଞ, ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ ଓ ସେହିଦିନ ପ୍ରତ୍ୟେକ ଘରେ ଦୀପଫ୍ରଜ୍ଜଳନ ହେବ ବୋଲି ଆଲୋଚନା ହୋଇଥିଲା। ବିଶେଷକରି ସ୍ଥାନୀୟ ଖଲିଆପାଲି ଓ ରେଗଡା ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ସଭାଟିକୁ ଯୁବକବି ପ୍ରଶାନ୍ତ ଦାସ ସଂଯୋଜନା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow