ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ସ୍ଵାଗତ କରି ଉତ୍ସବ ପାଳନ କଲେ ଗ୍ରାମବାସୀ

Apr 2, 2025 - 19:36
 0  76
ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ସ୍ଵାଗତ କରି ଉତ୍ସବ ପାଳନ କଲେ ଗ୍ରାମବାସୀ

ରାୟଗଡ଼ା (ଲୋକ ଆବାଜ ଇନ)-

ଗୁଣପୁର ବ୍ଲକ ଘନାନ୍ତ୍ରୀ ଗ୍ରାମକୁ ଅବସର ଗ୍ରହଣ କରି ଗାଁ କୁ ଫେରିବା ପରେ ପୋଲିସ୍ କର୍ମଚାରୀ ଙ୍କୁ ସ୍ବାଗତ କରି ଗାଁ କୁ ପାଛୋଟି ନେଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଘନାନ୍ତ୍ରି ଗ୍ରାମରେ ଏକ ଅବସରପ୍ରାପ୍ତ ସ୍ଵାଗତ ସମ୍ୱର୍ଦ୍ଧନା ଉତ୍ସବ କରାଯାଇ ଏଭଳି ସ୍ବାଗତ କରାଯାଇଛି ।

ଅବସରପ୍ରାପ୍ତ ପୋଲିସ କର୍ମଚାରୀ ପିତାମ୍ବର ଶବରଙ୍କ ପାଇଁ ଆୟୋଜିତ ହୋଇଥିଲା ଏହି ଉତ୍ସବ। ଘନାନ୍ତ୍ରୀ କର୍ମଚାରୀଙ୍କ ଗ୍ରାମ ମଙ୍ଗଳ ସମିତି ସଙ୍ଗଠନ ଦ୍ବାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ଗ୍ରାମ ଘନାନ୍ତ୍ରୀ ରେ ଆଦିବାସୀ ମାନଙ୍କ ମଧ୍ୟରୁ ପାଠପଢି ଚାକିରି କରୁଥିବା କର୍ମଚାରୀ ମାନଙ୍କୁ ଉତ୍ସାହ ଦବାସହ ନୂଆ ପିଢି ମାନଙ୍କ ପାଇଁ ଏକ ଭଲବାର୍ତ୍ତା ଦବାପାଇଁ ଏଭଳି ପ୍ରୟାସ କରାଯାଉଛି। 

ଏହି ଅବସରରେ ଡମ୍ବସରା ବସ୍ ଷ୍ଟାଣ୍ଡ ଠାରୁ ବାଧ୍ଯ ବାଜଣା ସହ ଶୋଭାଯାତ୍ରା ରେ ପିତାମ୍ବରଙ୍କୁ ଅଣାଯାଇ ଘନାନ୍ତ୍ରି ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସମିତିର ସଭାପତି ଧର୍ମେନ୍ଦ୍ର ଶବର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଞ୍ଚରେ ଅତିଥି ଭାବେ ଗାଁର ବୁଦ୍ଧିଜିବୀ ଗୋସାଇଁ ଶବର, ସରପଞ୍ଚ ନୀଳକଣ୍ଠ ଶବର, ସମିତିର ସମ୍ପାଦକ ଭୁବନ ମୋହନ ଶବର, କୋଷାଧ୍ୟକ୍ଷ ୟୂନାଫ ଶବର, କେତନ ଶବର ମଞ୍ଚାସିନ ଥିଲେ। ଏହି ସଭାରେ ଅବସର ଗ୍ରହଣ କରି ଗାଁ କୁ ଫେରିଥିବା ପୋଲିସ କର୍ମଚାରୀ ପିତାମ୍ବର ଶବରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଜିତ୍ କୁମାର ପତିକାଙ୍କ ସଭା ମଞ୍ଚ ସଂଯୋଜନା କରିଥିଲେ ଓ ଅନ୍ତିମ ପର୍ଯ୍ୟାୟରେ ସମିତିର ସଭାପତି ଶ୍ରୀ ଧର୍ମେନ୍ଦ୍ର ଶବର ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାସାଙ୍ଗ କରିଥିଲେ।

ଏହି ଉତ୍ସବରେ ଅବସର ପ୍ରାପ୍ତ କର୍ମଚାରୀ ଇଞ୍ଜୁରାମ ଶବର, କିଶୋର ଶବର, ବିଜୟ କୁମାର ଶବର, ପୂର୍ଣ୍ଣମାସୀ ଗମାଙ୍ଗ, ଲମ୍ବୋଦର ଶବର, ବନ୍ଧୁ ଶବର, ନୀଳାଦ୍ରି ଶବର, ରାମଚନ୍ଦ୍ର ଶବର, ପୁନିଆ ଶବର, ଲଳିତା ବେବର୍ତ୍ତା, ଅର୍ଣ୍ଣପୂର୍ଣ୍ଣା ବେବର୍ତ୍ତା, ପ୍ରମିଳା ବେବର୍ତ୍ତା ଓ ସମିତିର ଉପ-ସଭାପତି ଜଗଦିଶ୍ୱର ଶବର, ବୀରବର ଶବର, ଦେଉଗ୍ରିନ୍ସି ଶବର, ନୀଳାଚଳ ଶବର, ଦଇତାରୀ ଶବର, ନାରାୟଣ ଶବର, ନରେନ୍ଦ୍ର ଶବର, କେଶବ ଶବର, ବଂଶୀଧର ଶବର, ତିଆରନାମ୍ ଶବର, ଲଳିତ ମୋହନ ଶବର, ସୁନିଲ ଶବର, ରେଣୁକା ଶବର, ପୁଷ୍ପା ଶବର, ନଳିନୀ ଶବର ଗ୍ରାମର ବଳରାମ ଗମାଙ୍ଗ, କିଶୋର ଚନ୍ଦ୍ର ଶବର, ରବୀନ୍ଦ୍ର ଶବର ପ୍ରମୁଖ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow