ବୋଡ଼େନ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର
ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) ନୂଆପଡ଼ା ପୋଲିସ ପକ୍ଷରୁ ବୋଡେନ ପୋଲିସ ସମିତି ଆନୁକୁଲ୍ୟରେ ବୋଡ଼େନ ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଇ ଆଇ ସି ବି ରୁଦ୍ରିଆଙ୍କ ତତ୍ତ୍ବାବଧାନରେ ତଥା ସଂଯୋଜନାରେ ପରିଚାଳିତ ଶିବିରରେ ଖଡିଆଳ ଏସ ଡି ପି ଓ ଉପେନ୍ଦ୍ର ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ । ଆଇ ଆଇ ସି ବି ରୁଦ୍ରିଆ,ଏସ ଆଇ ସୁରଜ ସ୍ବାଇଁ, ହାବିଲଦାର କୃତ୍ତି ବାସ ପାନ, ଏମ ଏଲ ଗୁପ୍ତା, ସୁଶାନ୍ତ ସାହୁ, କାହ୍ନୁ ସୁନାନୀ, ପ୍ରଫୁଲ ବେହେରା, କୁଳଦୀପ ସୁନାନୀ, ମନୋଜ କେରକେଟା,ସଞ୍ଜୟ ବନଛୋର,ରୁନା ଦଣ୍ଡସେନା, ଗଣେଷ ପାଲ ସିଂ, କେ ଜୟ ଲକ୍ଷ୍ମୀ (ମହିଳା) ଙ୍କ ସମେତ ବି ଏସ ଏଫ ଯବାନ, ଆଇ ଆର ବି କର୍ମଚାରୀ ,ସି ଆର ପି ଏଫ୍ ତଥା ପୋଲିସ କର୍ମଚାରୀ ରକ୍ତଦାନ କରିଥିବାରୁ ସମୁଦାୟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ନୂଆପଡା ଜିଲ୍ଲା ଚିକିତ୍ସାଳୟରୁ ଡା ସିଦ୍ଧାନ୍ତ ପଣ୍ଡା, ବୋଡେନ ଗୋଷ୍ଠି ଚିକିତ୍ସା କେନ୍ଦ୍ରରୁ ଡା ଉପେନ୍ଦ୍ର ମାଝୀ, ଏନ ଓ ଡି ସୁମନ ,ଏଲ ଟି ଘନଶ୍ୟାମ ପ୍ରଧାନ, ଏଲ ଟି ଯଦୁମଣି ବୈଠାରୁ, ଡିଏମ ଏ ବଲଭଦ୍ର ରଣା , ଦିଲ୍ଲିପ ମାଝୀ ପ୍ରମୁଖ ଯୋଗଦାନକରି ରକ୍ତ ସଂଗ୍ରହ କରିଥିଲେ । ଏସ ଆଇ ମଞ୍ଜୁଲତା ଖେଡଙ୍ଗା,ଏସ ଆଇ ବିଘ୍ନ ରାଜ ମାଝୀ,ଏସ ଆଇ ରଞ୍ଜନ ନାଏକ, କନେଷ୍ଟବଳ ନୀଳକଣ୍ଠ ମାଝୀ, କୁଳଦୀପ ସାହୁ,ବୋଡ଼େନ ସମ୍ବାଦ ପ୍ରତିନିଧି ଭୀଷ୍ମ ଦେବ ହେର୍ଣ୍ଣା ଓ କରଙ୍ଗାମାଲ ସମ୍ବାଦ ପ୍ରତିନିଧି ଦିଲ୍ଲୀପ କୁମାର ପଣ୍ଡା, ସାମ୍ବାଦିକ ରାମନାଥ ପଣ୍ଡା,ବଂଶୀଧର ନାଗଙ୍କ ସମେତ ବୋଡ଼େନ ଥାନାର ସମସ୍ତ ପୋଲିସ କର୍ମଚାରୀ ଶିବିରରେ ସହଯୋଗ କରିଥିଲେ ।
What's Your Reaction?