ବୁଢାବାହାଲରେ ପଞ୍ଚାୟତସ୍ତରୀୟ ଯାଦବ ଭବନ ଉଦଘାଟିତ

Mar 6, 2025 - 19:20
 0  16
ବୁଢାବାହାଲରେ ପଞ୍ଚାୟତସ୍ତରୀୟ ଯାଦବ ଭବନ ଉଦଘାଟିତ

ବୁଢାବାହାଲରେ ପଞ୍ଚାୟତସ୍ତରୀୟ ଯାଦବ ଭବନ ଉଦଘାଟିତ , 

ସମାଜକୁ ଏକଜୁଟ କରିବା ପାଇଁ ଲକ୍ଷଣଙ୍କ ଗୁରୁମନ୍ତ୍ର 

ସଇଁତଲା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ସେଲମା )

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବୁଢାବାହାଲ ପଞ୍ଚାୟତ ଠାରେ ଗୁରୁବାର ଯାଦବ ଭବନ ଗୃହ ଉଦଘାଟିତ ହୋଇଯାଇଛି l ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯାଦବ ମହାସଭାର ସଭାପତି ଲକ୍ଷଣ ବାଗ ଯୋଗଦାନ କରି ସମସ୍ତ ଯାଦବ ସମାଜ କର୍ମକର୍ତ୍ତାମାନଙ୍କୁ ଉନ୍ନତି ଦିଗରେ କାମନା କରିବା ସହ ସମାଜର ଲୋକମାନେ ଏକତ୍ରିତ ହୁଏ ଓ ସଂଗଠନକୁ ଆହୁରି ତୃଣମୂଳସ୍ତରରୁ ମଜଭୁତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ଏଥିରେ ଅନ୍ୟତମ ମୁଖ୍ୟବକ୍ତା ଭାବରେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ରିତାରାଣୀ ହାତୀ, ପ୍ରମୋଦ ଭୋଇ, ସଇଁତଲା ଯୁବ ସରପଞ୍ଚ ସୁବ୍ରତ ନାଗ, ବ୍ଲକ ସଭାପତି ମନୋହର ବାଗ, ସମ୍ପାଦକ ବିନୟ ଭୋଇ, ଯୁବ ଯାଦବ ସଭାପତି ପଞ୍ଚାନନ୍ଦ ବଗର୍ତି, ଓଡିଶା ସାମ୍ବାଦିକ ସଂଘର (ଓଜେୟୁ )ର ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା ପ୍ରମୁଖ ଯୋଗଦାନ କରି ସମାଜ ଉନ୍ନତି ଦିଗରେ କାମନା କରିଥିଲେ l ଏହି ଅବସରରେ ଯାଦବ ସମାଜ ତରଫରୁ ସାମ୍ବାଦିକ ଓ ବାଡ଼ି ଖେଳ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ ସଭାରେ ବୁଢାବାହାଲ ପଞ୍ଚାୟତ ସଭାପତି ପରମାନନ୍ଦ ହେର୍ଣ୍ଣା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଗୋକୁଳା ବଗର୍ତି ସଭାକୁ ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବୁଢାବାହାଲ ଯୁବ ଯାଦବ ସଂଗଠନର ବିନେଶ ଗହୀର, ବେଣୁଧର ହେର୍ଣ୍ଣା, ଅର୍ଜୁନ ଭୋଇ, ମଦନ ବାଗ, ଅଜୟ ସେଲମା, ଲଷ୍ମୀକାନ୍ତ ସେଲମା, ତ୍ରିଭୁଜ ଭୋଇ, ଲଛିନ୍ଦ୍ର ଭୁଏ, ଲକପତି ବାଗ, ରାଜୁ ଭୁଏ, କରୁଣା ଭୁଏ, ପୃଥ୍ୱୀରାଜ ଭୁଏ, ଶଶିଭୂଷଣ ଭୁଏ, ସଞ୍ଜୟ ଗହୀର ଙ୍କ ସମେତ ପଞ୍ଚାୟତର ଯାଦବ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ପଞ୍ଚାୟତ ସମ୍ପାଦକ ଗଜେନ୍ଦ୍ର ବାଗ ଧନ୍ୟବାଦ ପ୍ରଦାନ କରିଥିଲେ l

What's Your Reaction?

like

dislike

love

funny

angry

sad

wow