ବ୍ଲକ କଳା ସଂସ୍କୃତି ସଂଘ ବୋଡ଼େନ ପକ୍ଷରୁ ବାର୍ଷିକ ଉତ୍ସବ ।

ବ୍ଲକ କଳା ସଂସ୍କୃତି ସଂଘ ବୋଡ଼େନ ପକ୍ଷରୁ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ନୂଆପଡ଼ା - ଲୋକ ଆବାଜ୍ .ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବ୍ଲକ୍ ଉପସଭାପତି ଉପେନ୍ଦ୍ର ସଲମାଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ପାଇଁ ଜୟବାହାଲ ଗ୍ରାମ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା,ଆୟୋଜିତ ସଭାରେ ଓଡିଶାରେ ପରିଚୟ ସୃଷ୍ଟି କରିଥିବା ତଥା ନୂଆପଡ଼ା ଜିଲ୍ଲାରେ ଶହ ଶହ କଳାକାର ତିଆରି କରିଥିବା ପୂର୍ବତନ ଜିଲ୍ଲା କଳା ସଂସ୍କୃତି ସଂଘ ସଭାପତି ତ୍ରିମନ ମାଝୀ ମୁଖ୍ୟ ବକ୍ତା ରୂପେ ଯୋଗ ଦାନ କରିଥିବାବେଳେ ରାଜ୍ୟର ଅନେକ ସାଂସ୍କୃତିକ ସଂଘ ସହ ଜଡ଼ିତଥିବା ବିର ସିଂ ନାଏକ ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ଥିଲେ ।ସମ୍ମାନିତ ଅତିଥି ଭାବରେ ଚୈତନ୍ୟ ବାଗ,ସାମ୍ବାଦିକ ରାମନାଥ ପଣ୍ଡା,ପଞ୍ଚମ ହଂସ,ତପିରାମ ବାଗ,ଘନଶ୍ୟାମ ତାଣ୍ଡି,ରୂପ ନାରାୟଣ ମାଝୀ,ବିନୋଦ ଛତ୍ରିଆ, ଓଁକାର ମାଝୀ,ଦଶରୁ ନିଆଲ,ଉଗ୍ରସେନ ଧରୁଆ, ପଦ୍ମନ ମାଳି,ବେଲମତି ମାଝୀ, ଡିଗ ଲେଶ୍ୱର ଭୋଇ,ଶିବ ରାଉତ,ଶଙ୍କର ନିଆଲ ପ୍ରମୁଖ ମଞ୍ଚାସିନ ଥିଲେ ।ଆଜି ଏହି ବୈଠକରେ ବାର୍ଷିକ ଉତ୍ସବ ପାଳନ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଉତ୍ସବ ପରିଚାଳନା ନିମନ୍ତେ ପରବର୍ତ୍ତୀ ବୈଠକରେ ସମସ୍ତ ୧୫ ଗୋଟି ପଞ୍ଚାୟତର କଳାକାର ମାନଙ୍କୁ ଦାୟୀତ୍ୱ ଦେବା ସହିତ ବିଭାଗ ବଣ୍ଟନ କରାଯିବ ବୋଲି ଆଲୋଚନା କରାଯାଇଛି ।ଜିଲ୍ଲା ସଂସ୍କୃତି ସଂଘ ସଭାପତି ଜିଲ୍ଲାପାଳ ନିଜେ ହୋଇଥିବାରୁ ତାଙ୍କର ପରାମର୍ଶ କ୍ରମେ ଓ ନିର୍ଦ୍ଦେଶ ଅନୁସାରେ ବାର୍ଷିକ ଉତ୍ସବ ପରିଚାଳିତ ହେବ ବୋଲି ମୁଖ୍ୟ ବକ୍ତା କହିଥିଲେ । ପାଖା ପାଖି ଦେଢ଼ ଶହ କଳାକାର ଆଜି ବୈଠକରେ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଛନ୍ତି ।ଶୁଭ୍ରାଂଶୁ ଅଗସ୍ତି ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବାବେଳେ ସାମ୍ବାଦିକ ସଂଘ ସଭାପତି ବିଶିକେଶନ ପଣ୍ଡା ସୁନ୍ଦର ଶବ୍ଦ ସଂଯୋଜନାରେ ଧନ୍ୟବାଦ ଅର୍ପଣ କରିଥିଲେ ।
What's Your Reaction?






