କର୍ଲାମୁଣ୍ଡା ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ... ୩ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କ ସମାବେଶ

Sep 17, 2024 - 19:34
 0  39
କର୍ଲାମୁଣ୍ଡା ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ     ... ୩ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କ ସମାବେଶ

କର୍ଲାମୁଣ୍ଡା ବ୍ଲକ ସଦର ପ୍ୟାରେଡ଼ ପଡିଆ ଠାରେ ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହ ଆଜି ଅନୁଷ୍ଠିତ ହୋଇଥିଲା।ଆୟୋଜିତ ସଭା କାର୍ଯ୍ୟ ରେ ବିଡ଼ିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ,ବ୍ଲକ ଅଧକ୍ଷ୍ୟା କୁନି ସାହୁ,ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ସିଡିପିଓ କଳ୍ପଳତା ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଓ ମହେନ୍ଦ୍ର ରଣା,ଡେପୁଟି କଲେକ୍ଟର ଦୀପ୍ତି ମଣୀ ପଧାନ,ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ ,ମିଶନ ଶକ୍ତି ବ୍ଲକ ଫେଡରେଶନ ର ସଭାନେତ୍ରୀ ଜୟନ୍ତୀ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।ଏଥିରେ ବିଡ଼ିଓ ମଣ୍ଟୁ ଖମାରୀ କାର୍ଯ୍ୟକ୍ରମ ର ଲକ୍ଷ ଉଦେଶ୍ୟ ଉପରେ ଆଲୋଚନା କରିଥିବା ବେଳେ ଅନ୍ୟ ତମ ଅତିଥି ମାନେ ରାଜ୍ୟ ସରକାରଙ୍କ ଏହି ଯୋଜନା ର ସଫଳତା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟ ଦେଶ,ଓ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ହିତାଧିକାରୀ ଙ୍କୁ ଗୃହ ଚାବି ବଣ୍ଟନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଗଜବାହାଲ ପଞ୍ଚାୟତ ସରପଞ୍ଚ ଅରବିନ୍ଦ ଗହୀର,ରେଗଡା ସରପଞ୍ଚ ଦୀପ୍ତିମୟୀ ସାହୁ ଙ୍କ ସମେତ ସଫଳ ମହିଳା ବ୍ୟବସାୟୀ ମାନେ ନିଜ ନିଜର ସଫଳତା ଉପରେ କହିଥିଲେ।କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ ଓ ସିଡିପିଓ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନୋଡ଼ାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ଏପିଓ ଲିଜା ବରିହା,ମିଶନ ଶକ୍ତି ବିପିସି ବିପିନ ବାରିକ,ଓଡିଶା ଜୀବନ ଜୀବିକା ମିଶନ ଭାରପ୍ରାପ୍ତ ବିପିଏମ୍ ଲଳିତ ବିଶି,ସେକସନ ଅଫିସର ସିବାନନ୍ଦ ପାତ୍ର,କିରାଣୀ ପ୍ରଦୀପ କୁମାର ମାଝୀ, ସହକାରୀ ଯନ୍ତ୍ରୀ ସନ୍ଦୀପ ନାଏକ,କନିଷ୍ଠ ଯନ୍ତ୍ରୀ ଶିଶିର ଶବର, ଅନୁସାୟା ଭଞ୍ଜ, ଜିପିଡ଼ିଓ ସ୍ୱାଗତ କୁମାର ପାଣିଗ୍ରାହୀ, ଏସିପି ବିକାଶ ନାଏକ,ଫାଣ୍ଡି ଅଧିକାରୀ ଥବୀର ବରିହା,ଡିଇଓ ତୁଳସୀ ସାହୁ,ବିକ୍ରମ ସାହୁ ,ସମସ୍ତ ପିଇଓ ବ୍ଳକ ଓ ପଂଚାୟତ କର୍ମଚାରୀ,ସରପଞ୍ଚ, ସମିତି ସଭ୍ୟ,ସିଆରପି,ଏମବିକେ, ଜିପିଏଲଏଫ,ବି ଏଲ ଏଫ କର୍ମ କର୍ତ୍ତା ମାନେ ସହଯୋଗ କରିଥିଲେ।ଏଥିରେ ପ୍ରାୟ ୩ ହଜାରରୁ ଅଧିକ ମହିଳା ମାନେ ଯୋଗ ଦେଇଥିଲେ।ସାପଲହରାର ଘୁମୁରା ଓ ତେରେସିଙ୍ଗାର ସଂକୀର୍ତ୍ତନ ଦଳ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଭୁବନେଶ୍ୱର ରେ ହୋଇଥିବା ସୁଭଦ୍ରା ଯୋଜନା ର ଶୋଭାରମ୍ଭ ର ସିଧା ପ୍ରସାରଣ କୁ ଦେଖିଥିଲେ। 

What's Your Reaction?

like

dislike

love

funny

angry

sad

wow