ବ୍ଲକ ସ୍ତରୀୟ ଉଦବୋଧନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Nov 15, 2025 - 17:56
 0  56
ବ୍ଲକ ସ୍ତରୀୟ ଉଦବୋଧନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା:୧୫/୧୧(ଲୋକ ଆବାଜ. ଇନ/ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ବୋଡେନ ବ୍ଲକ କାର୍ଯ୍ୟକାରିଣୀ ଆନୁକୂଲ୍ୟରେ ଉଦବୋଧନୀ କାର୍ଯ୍ୟକ୍ରମ ଆଜି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଖଇରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ୯୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ବିଜୁ ପଟ୍ଟନାୟକ ଡିଗ୍ରୀ ମହାବିଦ୍ୟାଳୟ ବୋଡେ଼ନର ପ୍ରବୀଣ ଅଧ୍ୟାପକ ଡଃ କିଶୋର କୁମାର କର୍ଣ୍ଣ ମୁଖ୍ୟଵକ୍ତା ଭାବରେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଏବଂ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ସ୍ୱାମୀ ବିକେକାନନ୍ଦ ଲୋକ ସଂସଦ, ନୂଆପଡ଼ା ଜିଲ୍ଲା ଶାଖାର ସମ୍ପାଦକ ତଥା ଅବସର ପ୍ରାପ୍ତ ପ୍ରାଧ୍ୟାପକ ରବିରଞ୍ଜନ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଆଗାମୀ ଦିନରେ ରାଷ୍ଟ୍ରଗଠନ ପାଇଁ ନିଜକୁ ଏକ ଏକ ଶୃଙ୍ଖଳିତ ସୈନିକ ରୂପେ ପ୍ରସ୍ତୁତ କରିବାକୁ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଙ୍ଗଳ ସିଂ ମାଝୀଙ୍କ ସଭାପତିତ୍ୱରେ ଅତ୍ୟନ୍ତ ନିୟୋଜିତ ଢଙ୍ଗରେ ପରିଚାଳିତ ସଭାରେ ଶିକ୍ଷକ ଅଚ୍ୟୁତାନନ୍ଦ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବୋଡେନ ବ୍ଲକ କାର୍ଯ୍ୟକାରିଣୀର ସହ-ସମ୍ପାଦକ ପୀତାମ୍ବର ଦୀପ ସଂଯୋଜନା କରିଥିଲେ। ପ୍ରତି ମାସରେ ବୋଡେନ ବ୍ଲକର ଅନ୍ୟୁନ ପକ୍ଷେ ଦୁଇଟି ବିଦ୍ୟାଳୟରେ ଏଭଳି ବକ୍ତୃତା ମାଳା ଆୟୋଜନ କରିବାକୁ ବ୍ଲକ କାର୍ଯ୍ୟକାରିଣୀ ନିଷ୍ପତ୍ତି ଗ୍ରହଣ କରିଥିବା ବିଷୟ ସମ୍ପାଦକ ବୈଷ୍ଣବ ଦୁରିଆ ଏବଂ ସଭାପତି ଗଜରାଜ ବୈଠାରୁ ଜଣାଇଛନ୍ତି। ଖଇରା ସ୍କୁଲକୁ ପ୍ରଥମ କାର୍ଯ୍ୟକ୍ରମ ପାଇଁ ଚୟନ କରାଯାଇଥିବାରୁ ଗ୍ରାମର ଶିକ୍ଷାପ୍ରେମୀ ଜନସାଧାରଣ ଆନନ୍ଦ ବ୍ୟକ୍ତ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow