ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ,ପୋଲିସ ଜନ ସମ୍ପର୍କ ଶିବିର
ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡେନ ବ୍ଳକ ଭଇସାଦାନୀ ପଞ୍ଚାୟତର ଜଙ୍ଗଲ ଘେରା ଗ୍ରାମ କୋଦୋଭଟା ପ୍ରାଥମିକ ବିଦ୍ୟାଳୟ ଠାରେ ପୋଲିସ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ନୂଆପଡା ଜିଲ୍ଲାପାଲ ମଧୁସୂଦନ ଦାସ ମୁଖ୍ଯ ଅତିଥି ଭାବେ ଯୋଗଦାନ କରିଥିଲେ ।
ନୂଆପଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ, ଖଡିଆଲ ଏସ ଡି ପି ଓ ଉପେନ୍ଦ୍ର ପ୍ରଧାନ, ବୋଡେନ ଥାନା ଅଧିକାରୀ ବି ରୁଦ୍ରିଆ, ନାଏବ ସରପଞ୍ଚ ଘନଶ୍ୟାମ ମାଝି, ଏସ ଆଇ ମଞ୍ଜୁଲତା ଖେଡଙ୍ଗା ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ମନରେଗା ଉପରେ ଲୋକ ମାନଙ୍କୁ ବୁଝାଇଥିଲେ, ଦାଦନ ଖଟି ଯିବା ନାହିଁ, ମନରେଗା କାମ କରିବା ଲକ୍ଷ ପତି ହେବା ଉପରେ ଆଲୋଚନା କରିଥିଲେ । ଆରକ୍ଷୀ ଅଧୀକ୍ଷକ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ଶିବିରରେ ଫୁଟବଲ, କମ୍ବଳ, ମୃଦୁଙ୍ଗ, ଶାଢୀ, ବିଭିନ୍ନ ସମାଗ୍ରୀ ବୁଢା ବୁଢି ,ଯୁବକ, ଛାତ୍ର ଛାତ୍ରି ଖାତା,କଳମ,ପେନସିଲ ପ୍ରଦାନ କରିଥିଲେ । ହାବିଲଦାର କୃତି ବାସ ପାନ,କନେଷ୍ଟବଳ ନୀଳକଣ୍ଠ ମାଝୀ, କୁଳଦୀପ ସାହୁ,ଅନନ୍ତ ଶବର, ରଞ୍ଜିତ ମାଝୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।
What's Your Reaction?