ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଅନୁଷ୍ଠିତ ଗଡ଼ିଲା ଶିକ୍ଷା ସଚେତନ ରଥ
କର୍ଲାମୁଣ୍ଡା:୪/୪(ଲୋକ ଆବାଜ. ଇନ/ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।
ଏଥିରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଅରୁଣ କୁମାର ବର୍ଗେ,ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା, ଗୋପ ମଣୀ ସାହୁ,ସମାଜ ସେବୀ ଦୀନବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଜରିଆରେ କିଭଳି ସମସ୍ତ ଶିଶୁ ଓ ଅଧାରୁ ପାଠ ଛାଡି ଥିବା ଛାତ୍ରୀ ଛାତ୍ର ମାନେ ପାଠ ପଢି ପାରିବେ ସେ ଉପରେ ଆଲୋକପାତ କରିଥିଲେ। ପରେ ପରେ ଶିଶୁମାନଙ୍କୁ ଶିକ୍ଷାର ପ୍ରଥମ ପାଠ ଦେଇ ସ୍ବାଗତ କରାଯାଇଥିଲା ଓ ଖଡ଼ି ଛୁଆଁ ରୀତିନୀତି ପାଳନ କରିବା ସହ ଉପସ୍ଥିତ ଶିଶୁ ମାନଙ୍କୁ ବ୍ୟାଗ ବଣ୍ଟନ କରିଥିଲେ ।କାର୍ଯ୍ୟକ୍ରମରେ ସିଆରସିସି ମାନେ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।ଏହି ଅବସରରେ “ଶିକ୍ଷା ସଚେତନ ରଥ” କୁ ଶୁଭାରମ୍ଭ କରାଯାଇଥିଲା।
ଏହି ରଥ ବ୍ଲକର ବିଭିନ୍ନ ଗ୍ରାମ ଓ ପଡ଼ାରେ ପରିଦର୍ଶନ କରି ଶିକ୍ଷାର ଗୁରୁତ୍ୱ, ନବପ୍ରବେଶ ଓ ଶିଶୁମାନଙ୍କର ନିୟମିତ ଉପସ୍ଥିତି ବିଷୟରେ ସଚେତନତା ସୃଷ୍ଟି କରିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସଭା କାର୍ଯ୍ୟ ରେ ସିଆରସିସି ଉଜ୍ଜ୍ୱଳ କୁମାର ସାହୁ ସଂଯୋଜନା କରିଥିଲେ ଓ ଶିକ୍ଷା ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ
What's Your Reaction?