ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀ ମହିଳା ଙ୍କ ଅକାଳ ମୃତ୍ୟୁ ଅଭିଯୋଗ l
ଉପାନ୍ତ ଇଲାକାରେ ଆମ୍ବୁଲାନ୍ସ ସେବା ଫେଲ୍, ରାସ୍ତା ଖରାପ ଯୋଗୁଁ ବିଳମ୍ବ ରେ ପହଞ୍ଚିଲା ଆମ୍ବୁଲାନ୍ସ l ଗର୍ଭବତୀ ଙ୍କ ଅକାଳ ମୃତ୍ୟୁ ଅଭିଯୋଗ l କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା କାରଣରୁ ଏହି ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି। ମୃତ ଗର୍ଭବତୀ ମହିଳା ହେଲେ ବ୍ରାହ୍ମଣୀ ଗାଁ ଥାନା ସରାମୁଳି ପଞ୍ଚାୟତ ସିଞ୍ଜାକୁଟି ଗ୍ରାମର ହେମଲୀ ପାଟମାଝୀ । ତାଙ୍କର ଏହା ପ୍ରଥମ ଗର୍ଭ ,ହେମଲୀ ୭ ମାସର ଗର୍ଭବତୀ ରହିଥିଲେ। ସେ ଗୁରୁବାର ହଠାତ ଅସୁସ୍ଥ ହେବା ସହ ଗୋଡ଼ ହାତ ଛାଟିପିଟି ହୋଇଥିଲା। ପରିବାର ଲୋକ ଆମ୍ବୁଲାନ୍ସ ଡକାଇଥିଲେ ତେବେ ଗାଁକୁ ସବୁଦିନିଆ ଭଲ ରାସ୍ତାଟିଏ ନ ଥିବାରୁ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ସେଠାରୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ପଠାଇଥିଲେ। ପରେ ପରିବାର ଲୋକ ଜନନୀ ଆମ୍ବୁଲାନ୍ସ କରି ବ୍ରହ୍ମପୁର ଅଭିମୁଖେ ନେବା ସମୟରେ ହେମଲୀ ଆହୁରି ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଗଜପତି ଜିଲା ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ପରିବାର ଲୋକ କହିଛନ୍ତି ତେବେ ମୃତ୍ୟୁ ର ପ୍ରକୃତ କାରଣ ଏ ଯାଏଁ ସ୍ପଷ୍ଟ ହୋଇନି l
What's Your Reaction?