ଭାରତୀୟ ମଜଦୂର ସଂଘ ନୂଆପଡ଼ା ଶାଖା ଦ୍ଵାରା ୭୨ ତମ ପ୍ରତିଷ୍ଠା ଦିବସ ପାଳିତ

Jul 23, 2026 - 22:04
Jul 23, 2026 - 22:05
 0  48
ଭାରତୀୟ ମଜଦୂର ସଂଘ ନୂଆପଡ଼ା ଶାଖା ଦ୍ଵାରା ୭୨ ତମ ପ୍ରତିଷ୍ଠା ଦିବସ ପାଳିତ

ନୂଆପଡ଼ା -୨୩-୭(ଲୋକ୍ ଆବାଜ୍.ଇନ୍/ରାମ ନାଥ ପଣ୍ଡା ଙ୍କ ରିପୋର୍ଟ)

 ଏସିଆର ସର୍ବ ବୃହତ୍ ସଂଘ ଭାରତୀୟ ମଜଦୂର ସଂଘ ନୂଆପଡ଼ା ଜିଲ୍ଲା ଶାଖା ଆନୁକୁଲ୍ୟରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଅଗ୍ରସେନ୍ ଭବନ ଠାରେ ଭାରତୀୟ ମଜଦୂର ସଂଘର ୭୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ କାଳିଆ କୃଷ୍ଣ ବାଗ ଅବସର ପ୍ରାପ୍ତ ଶିକ୍ଷକ, ଓଡ଼ିଶା ପଶ୍ଚିମ ପ୍ରାନ୍ତ ଗୋସେବା,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଗତିବିଧି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଭାପତି ବି ଏମ ଏସ ପ୍ରଦୀପ କୁମାର ଦଣ୍ଡସେନା, ଜିଲ୍ଲା ସମ୍ପାଦକ ବାବୁଲାଲ ମାଝୀ,ଜିଲ୍ଲା ମିଡିଆ ସେଲ ରାମନାଥ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ ।ସର୍ବ ପ୍ରଥମେ ଭାରତମାତା,ଶିଳ୍ପୀ ଶ୍ରେଷ୍ଠ ବିଶ୍ଵକର୍ମା ଓ ବି ଏମ ଏସ ପ୍ରତିଷ୍ଠାତା ଦତ୍ତୋ ପନ୍ତ ଠେଙ୍ଗଡେଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ପୂଜାର୍ଚ୍ଚନା କରି ସଭାକୁ ଆଗେଇ ନେଇଥିଲେ ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାଗ ଭାରତୀୟ ମଜଦୂର ସଂଘର ଇତିହାସ ଓ ଏହାର ଉଦ୍ଦେଶ୍ୟ ଉପରେ ବିସ୍ତୃତ ଆଲୋଚନା କରି ସଂଘ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ।ଜିଲ୍ଲା ସଭାପତି ଓ ଜିଲ୍ଲା ସମ୍ପାଦକ ବିଏମସରେ ଅନୁବନ୍ଧିତ ସମସ୍ତଙ୍କୁ ତାଙ୍କର ଅଧିକାର ତାଙ୍କୁ ଭାରତୀୟ ମଜଦୂର ଯୋଗାଇ ଆସୁଛି ଓ ଯୋଗାଇବ ମଧ୍ୟ ବୋଲି ନିଜ ନିଜ ଅଭି ଭାଷଣରେ ମତ ବ୍ୟକ୍ତ କରିଛନ୍ତି ।

ଆସନ୍ତା ଦିନ ମାନଙ୍କରେ ଅନୁବନ୍ଧିତ ସମସ୍ତ ସଂଘ ସହିତ ବୈଠକ କରି ତାଲିମ ପ୍ରଦାନ କରିବା ଓ ୨୮ ତାରିଖ ଦିନ ଏକ ବଡ଼ ସଭା କରିବାକୁ ଆଜି ସ୍ଥିରୀକୃତ ହୋଇଛି ।ଆଜିର ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ କୃଷି ଗ୍ରାମୀଣ ମଜଦୂର ସଂଘ ସଭାପତି ଆକାଶ କଟା, ଅର୍ଗାନାଇଜିଂ ସେକ୍ରେଟାରୀ ଯଯାତି ମେହେର, ୱାର୍କିଂ ପ୍ରେସିଡେଣ୍ଟ କୁଞ୍ଜ ବିହାରି କଟା,ବିଶ୍ଵ କର୍ମା ମଜଦୂର ସଂଘ ସଭାପତି ଭୂପେନ୍ଦ୍ର ହଂସ,ବିନୟ କୁମାର ରାଉତ,ମଧୁ ନନ୍ଦ ସୁନାନି,ଭୂପେନ୍ଦ୍ର କୁମାର କଟା, ପିଣ୍ଟୁ ହଂସ ସମେତ ବି ଏମ ଏସ ର ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।ସଭାପତି ପ୍ରଦୀପ କୁମାର ଦଣ୍ଡସେନା ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ବାବୁଲାଲ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow