ମହିଳାଙ୍କ ଠାରୁ ସୁନାଚେନଲକେଟ ଝାମ୍ପିନେଲେ ଦୁର୍ବତ୍ତ
କର୍ଲାମୁଣ୍ଡା ୦୩/୦୮ :(ଲୋକ ଆବାଜ୍. ଇନ୍/ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଗତକାଲି ଅପରାହ୍ନ ରେ ଜଣେ ମହିଳା ଙ୍କ ଠାରୁ ସୁନାଚେନଲକେଟ ଲୁଟ ହୋଇଥିବା ରିଷିଡା ଫାଣ୍ଡିରେ ଅଭିଯୋଗ ହୋଇଛି । ସୂଚନାମତେ ଉକ୍ତ ମହିଳା ଜଣକ ନିଜ ଦୁଇ ସନ୍ତାଓ ପଡୋଶୀ ଜଣକ ସହ ତୁଷୁରାରୁ ଏକ ସ୍କୁଟି ଯୋଗେ ନିଜ ବାପଘର ବଡଡୁଙ୍ଗୁରୀଗୁଡା କୁ ଆସୁଥିବା ବେଳେ ଏକ ବାଇକରେ ପଛପଟୁ ତିନିଜଣ ଯୁବକ ଦୃତଗତିରେ ଆସି ସେମାନଙ୍କୁ ଠେଲି ଦେଇଥିଲେ । ସେମାନେ ଭାରସାମ୍ୟ ହରାଇ ପଡିଗଲା ପରେ ମହିଳା ଜଣକ ବେକରେ ପିନ୍ଧିଥିବା ସୁନାଚେନଲକେଟ କୁ ସେମାନେ ଝିଙ୍କିନେଇ ସାମ୍ନା ଆଡକୁ ପଳେଇଯାଇଥିଲେ । ସେମାନେ ଲୁହାରଡ ଓ ମାରଣାସ୍ତ୍ର ଧରି ଭୟଭୀତ ମଧ୍ୟ କରିଥିବା ଏତଲା ରେ ଦର୍ଶାଯାଇଛି । ଖବର ପାଇ ମ.ରାମପୁର ଥାନାଧିକାରୀ ସଂଯୁକ୍ତା ପଧାନ, କର୍ଲାମୁଣ୍ଡା ଫାଣ୍ଡିଧିକାରୀ ନେହେରୁଲାଲ ଶବର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଚୋରୀ ହୋଇଥିବା ସୁନାର ମୂଲ୍ୟ ଦେଢଲକ୍ଷ ରୁ ଅଧିକ ହେବ ବୋଲି ଜଣାଯାଇଛି ।
What's Your Reaction?